ସାମ୍ବିଧାନିକ ଅଧିକାର ସଚେତନତା ଶିବିର

0
64

ଟିଟିଲାଗଡ଼,୧୦/୦୨/୨୦୨୫,(ଜେଏନ୍ଏସ୍),ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ଠାରେ ଆକ୍ସନଏଡ୍ ଅନୁଷ୍ଠାନ ପକ୍ଷରୁ ଦୁଇ ଦିନିଆ ସାମ୍ବିଧାନିକ ଅଧିକାର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ମାନବ ଅଧିକାର କର୍ମୀଙ୍କ ପାଇଁ ଉଦ୍ଧିଷ୍ଟ ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା କୃଷକ ସମନ୍ଵୟର ଆବାହକ ସରୋଜ ମହାନ୍ତି ପ୍ରଶିକ୍ଷକ ଭାବରେ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ସମ୍ବିଧାନ ପ୍ରଦତ୍ତ ବିଭିନ୍ନ ମାନବ ଅଧିକାର ସହ ସରକାରଙ୍କ ଦ୍ଵାରା ଉପଲବ୍ଧ ବିଭିନ୍ନ ଯୋଜନାରେ କିଭଳି ହିତାଧୀକାରୀମାନେ ସାମିଲ ହୋଇପାରିବେ ତାହାକୁ ନେଇ କର୍ମୀମାନଙ୍କୁ  ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ସାମ୍ବାଦିକ ମନୋଜ ଶତପଥୀ ଯୋଗଦେଇ ଉପସ୍ଥିତ କର୍ମୀଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଓ ମୁରିବାହାଲ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ବହୁ ମାନବ ଅଧିକାର କର୍ମୀ ଯୋଗଦେଇଥିଲେ । ଅନୁଷ୍ଠାନର ମୁରଲୀଚରଣ ଦାସ, ସଂଜୀବ ରଣା, ତୃପ୍ତିମୟୀ ପ୍ରଧାନ, ଜ୍ୟୋତିର୍ମୟୀ ଦହଳ, ଭୂପେନ୍ଦ୍ର ରଣା, ପ୍ରୀତି ଲୁହା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । 

LEAVE A REPLY

Please enter your comment!
Please enter your name here