ସରକାରୀ ମହିଳା ଡିଗ୍ରୀ କଲେଜ ରେ ସମ୍ବିଧାନ ଦିବସ ପାଳିତ

ଟିଟିଲାଗଡ,୨୬/୧୧(ଜେଏନଏସ),ସ୍ଥାନୀୟ ସରକାରୀ ମହିଳା ଡିଗ୍ରୀ କଲେଜ ରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ କଲେଜ ର ରାଜନୀତି ବିଭାଗ ପକ୍ଷରୁ ସହଯୋଗୀ ପ୍ରଫେସର ନଳିନୀ ବାଗ ଙ୍କ ନେତୃତ୍ୱରେ”ଭାରତୀୟ ସମ୍ବିଧାନ ର ଗଠନ ଏକ ଆଦର୍ଶ” ଶୀର୍ଷକ କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମିନୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସଇଁତଳା ଡିଗ୍ରୀ କଲେଜ ରାଜନୀତି ବିଭାଗ ମୁଖ୍ୟ ଡ଼ ସୁରେଶ ଚନ୍ଦ୍ର ବାଗ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ସଂପୃକ୍ତ ବିଷୟ ବସ୍ତୁ ଉପରେ ବିଶଦ ଆଲୋଚନା କରିଥିଲେ।କଲେଜ ର ବିଭିନ୍ନ ବିଭାଗର ଛାତ୍ରୀ,ଅଧ୍ୟାପକ ଓ ଅଧ୍ୟାପିକା ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।ଅତିଥି ଅଧ୍ୟାପିକା ଜନନୀ ବାଗ ସଭା ପରିଚାଳନା ରେ ସହଯୋଗ କରିଥିବା ବେଳେ ରେଣୁକା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles