ଫସଲ ବିଭିଧିକରଣ ଓ କୃଷି ସଚେତନ କାର୍ଯ୍ୟକ୍ରମ

0
69

ଟିଟିଲାଗଡ଼,୦୯/୧୦,(ଜେଏନ୍ଏସ୍) ଟିଟିଲାଗଡ଼ ପୌର କଲ୍ୟାଣ ମଣ୍ଡପ ଠାରେ କୃଷି ବିଭାଗ ଓ ଆଶା ଅନୁଷ୍ଠାନ ପକ୍ଷରୁ ଫସଲ ବିଭିଧିକରଣ ଓ କୃଷି ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ଜାଡେନ ଅଧ୍ୟକ୍ଷା ମଧୁମିତା ପଟ୍ଟନାୟକ, ଆଶା ଅନୁଷ୍ଠାନର ସମ୍ପାଦକ ସଞ୍ଜୀବ ପଟ୍ଟନାୟକ ଓ ପ୍ରକଳ୍ପ ସଂଯୋଜକ ପରମେଶ୍ଵର ରଣା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଚାଷୀଙ୍କୁ ଉତ୍ସାହିତ କରିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଯୋଜନା ସମ୍ଵନ୍ଧରେ ମୁଖ୍ୟ ଅତିଥି ଶ୍ରୀ ଜୈନ ଉଲ୍ଲେଖ କରିଥିଲେ ।ଏହି ଅବସରରେ ମୁଖ୍ୟଅତିଥିଙ୍କ ଦ୍ଵାରା ଶ୍ରୀ ଅନ୍ନ ଅଭିଯାନ ରଥର ଶୁଭାରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ କୁଶ ସାହୁ, ସନତ ଚଣ୍ଡୀ, ମାନସ ପଟ୍ଟନାୟକ, ବିନୟ ମହାପାତ୍ର, ଲକ୍ଷ୍ମୀ ସାହୁ, ଗୁପ୍ତେଶ୍ୱର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here