ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦ ଓ ଅରୁଣ-ତରୁଣ ଅନୁଷ୍ଠାନରେ ବିଶିଷ୍ଟ ସାହିତ୍ୟିକଙ୍କ ଅଭିମତ : ସର୍ଜନାତ୍ମକ ସାହିତ୍ୟ ଚିରସୁନ୍ଦର

0
163

ଭୁବନେଶ୍ୱର,୩୦/୦୬(ଜେଏନ୍ଏସ୍),ସର୍ଜନାତ୍ମକ ସାହିତ୍ୟ କଳ ନିନାଦିନୀ ଝରଣା ପରି ଆଗକୁ ପ୍ରବାହିତ ହୋଇଥାଏ । ଏହାର ଗତି ବେଶ୍ ମୁଗ୍ଧକର । ଏହି ଗତିକୁ ଏକବିଂଶ ଶତାବ୍ଦୀର ଚିନ୍ତାଚେତନା ସହିତ ସହବନ୍ଧିତ କରିବାପାଇଁ ଉତ୍କଳ ବିଶ୍ଵବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ରମେଶଚନ୍ଦ୍ର ମଲ୍ଲିକ ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦ ଓ ଅରୁଣ-ତରୁଣୀ ଶିଶୁ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ମିଳିତ ଭାବେ ଆୟୋଜିତ ସର୍ଜନଶୀଳ ସାହିତ୍ୟ କର୍ମଶାଳାରେ ମତବ୍ୟକ୍ତ କରିଥିଲେ। ଅରୁଣ-ତରୁଣ ଶିଶୁ ସାହିତ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ଓଡ଼ିଶାର ବିଶିଷ୍ଟ ଶିଶୁ ସାହିତ୍ୟିକ ଡକ୍ଟର କୃତ୍ତିବାସ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଇଂ ଶଶିଭୂଷଣ ରଥ ପଠିତ କବିତା ଗୁଡ଼ିକର ସମୀକ୍ଷା କରିବା ସହ ସର୍ଜନଶୀଳ ସାହିତ୍ୟ ରଚନା ସଂପର୍କରେ ଭାବଗର୍ଭକ ମତାମତ ପ୍ରଦାନ କରିଥିଲେ ।

ଅତିଥି ଭାବରେ ଯୋଗ ଦେଇ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ କବି ଡକ୍ଟର ଅଶ୍ଵିନୀ କୁମାର ମିଶ୍ର ସଂସଦର ମୁଖପତ୍ର ‘ଚିହ୍ନ- ୪୭’, ମାସିକ ୱେବ ସାହିତ୍ୟ ପତ୍ରିକା ‘ଇ – ପତ୍ରିକା’ର ୩ୟ ବର୍ଷ ୧ମ ସଂଖ୍ୟା ଏବଂ ସଂସଦର ମାସିକ ସାହିତ୍ୟ ବୁଲେଟିନ୍ ‘ଆମ ସାହିତ୍ୟ ଆସର-୬୬’ କୁ ଲୋକର୍ପଣ କରିଥିଲେ ।

ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଂପାଦକ କବି ବସନ୍ତ ମାଝି ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ‘ଇ-ପତ୍ରିକା’ର ସଂପାଦକ ସରୋଜ କୁମାର ଶତପଥୀ, ଆମ ସାହିତ୍ୟ ଆସରର ସଂପାଦିକା ଅନ୍ନଦା ମିଶ୍ର ପତ୍ରିକା ଦ୍ୱୟର ଆଭିମୁଖ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଆସରରେ ମନୋରମା ମିଶ୍ର, ଶଶାଙ୍କ ଶେଖର ମିଶ୍ର, ଡକ୍ଟର ରଶ୍ମି କର, ଡ. ନିର୍ମଳା କୁମାରୀ ମହାପାତ୍ର, ଅଧ୍ୟାପକ ପ୍ରକାଶ ବେହେରା, ଅଧ୍ୟାପକ ପବିତ୍ର ମୋହନ ବାରିକ, ଡକ୍ଟର ସିସ୍ଟାରାଣୀ ବେହେରା, ଶୋଭାମୟୀ ପଣ୍ଡା, ପ୍ରଫେସର ପ୍ରେମ ପ୍ରକାଶ ସିଂ, ପ୍ରଭାତୀ ଜେନା, କବିତା ନାୟକ, ସୁଶୀଲ କୁମାର ଗିରି, ଡକ୍ଟର ସଂଯୁକ୍ତା ପରିଡ଼ା, ସ୍ଵର୍ଣ୍ଣଲତା ମହାପାତ୍ର, ବିନୋଦିନୀ ଗଉଡ଼, ଅନସୂୟା ବାରିକ, ନିବେଦିତା ଭଦ୍ର, ତୁଳସୀ ସ୍ଵାଇଁ, ଡ. ସର୍ବେଶ୍ୱର ମହାପାତ୍ର ସମେତ ଅର୍ଦ୍ଧଶତାଧିକ କବି ଯୋଗ ଦେଇଥିଲେ । ଶେଷରେ ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ ବିଶିଷ୍ଟ ଗାଳ୍ପିକ ବିଦ୍ୟାଧର ଗୁରୁ।

LEAVE A REPLY

Please enter your comment!
Please enter your name here