ସକାଳେ କାଟିଲେ ରାତିରେ ଯୋଡିଲେ

0
73

ଟିଟିଲାଗଡ଼,୨୧/୦୨/୨୦୨୫,(ଜେଏନ୍ଏସ୍),ଟାଟା ପାୱାର ପକ୍ଷରୁ ବୁଧବାର ସରକାରୀ ଜମିରେ ଟ୍ରାନସଫର୍ମର ବସାଯାଇ ବିଦ୍ୟୁତ  ସଂଯୋଗ ନେଇଥିବା ଅଭିଯୋଗରେ ୨ ଟି ବ୍ୟାଙ୍କ ଓ ଗୋଟିଏ ମଲ୍ ର ବିଦ୍ୟୁତ ସଂଯୋଗ କଟା ଯାଇଥିଲା । ପୌର ପରିଷଦ ପକ୍ଷରୁ ସଂପୃକ୍ତ ଅନୁଷ୍ଠାନ ସହ ଟାଟା ପାୱାର ଅଧିକାରୀଙ୍କୁ ୧୫ ଦିନ ମଧ୍ୟରେ ଟ୍ରାନସଫର୍ମର ସ୍ଥାନାନ୍ତରିତ କରିବାକୁ ଏକ ନୋଟିସ ଜାରି ହୋଇଥିଲା । ଏହାକୁ ଭିତ୍ତି କରି ବୁଧବାର ଟାଟା ପାୱାର ସ୍ଥାନୀୟ ଏକ୍ସିସ୍ ବ୍ୟାଙ୍କ, ଷ୍ଟେଷ୍ଟ ବ୍ୟାଙ୍କ ଓ ବିଶାଳ ମେଗା ମାର୍ଟର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଥିଲା । ତେବେ ଆବଶ୍ୟକ ଦସ୍ତାବିଜ ନ ଥିବା ଓ ବେଆଇନ ଭାବରେ ସରକାରୀ ଜମିରେ ୩ ଟି ଟ୍ରାନସଫର୍ମର ବସା ଯାଇଥିବା ଅଭିଯୋଗ ହୋଇଥିବା ବେଳେ ବୁଧବାର ରାତିରେ ହିଁ ପୁଣି ସଂପୃକ୍ତ ସଂସ୍ଥାଗୁଡିକୁ ବିଦ୍ୟୁତ ସଂଯୋଗ ଦିଆଯିବା ଟାଟା ପାୱାରର ସ୍ୱଚ୍ଛତା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି? ଘଟଣାକୁ ନେଇ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ବିନାୟକ ରାଉତଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ବ୍ୟାଙ୍କ ଓ ମଲ୍ ପକ୍ଷରୁ ପୁଣି ମହଲତ ପାଇଁ ଏକ ଚୁକ୍ତିନାମା ଦିଆଯାଇ ଆବେଦନ କରାଯାଇଥିବାରୁ ବିଦ୍ୟୁତ ସଂଯୋଗ ଦିଆଯାଇଥିବା ପ୍ରକାଶ କରିଛନ୍ତି । 

LEAVE A REPLY

Please enter your comment!
Please enter your name here