ସାଇବର ସୁରକ୍ଷା ସଚେତନତା ଅଭିଯାନ

ଟିଟିଲାଗଡ,୨୫/୧୦(ଜେଏନଏସ),ଟିଟିଲାଗଡ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ପୁଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା -୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସରକାର ଙ୍କ ନିର୍ଦ୍ଧେଶ କ୍ରମେ ଏସପି ଅଭିଳାଷ ଜୀ ଙ୍କ ନେତୃତ୍ୱରେ ପୁଲିସ ପକ୍ଷରୁ ଜିଲ୍ଲା ବ୍ୟାପି ସାଇବର ସଚେତନତା ଶିବିର ଅନୁଷ୍ଠିତ ହେଉଛି।ଏହି ପରିପ୍ରେକ୍ଷୀରେ ରେ ଶନିବାର ଆୟୋଜିତ କାର୍ଯ୍ୟକ୍ରମ ରେ ଟିଟିଲାଗଡ ଥାନା ଅଧିକାରୀ କଲ୍ୟାଣୀ ବେହେରା ଓ ବିଦ୍ୟାଳୟ ର ଅଧ୍ୟକ୍ଷ ଗୁରୁବାରୁ ସେନ୍ଦୁରିଆ ଉପସ୍ଥିତ ଛାତ୍ରୀ ଙ୍କୁ ସାଇବର ଠକେଇ ତଥା ଅପରାଧ ସମ୍ଵନ୍ଧରେ ସଚେତନ କରିଥିଲେ।ଇଣ୍ଟରନେଟ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବା,ବିଭିନ୍ନ ଗେମିଂଙ୍ଗ ଆପ୍ଲିକେସନ୍ ଓ ଅଜଣା ୟୁପିଆଇ ଲିଙ୍କ ଠାରୁ ଦୂରେଇ ରହିବା ଏବଂ ଆବଶ୍ୟକ ସ୍ଥଳେ ନିଃସଙ୍କୋଚ ହୋଇ ପୁଲିସ ର ସାହାଯ୍ୟ ନେବା ପାଇଁ ଶ୍ରୀମତୀ ବେହେରା କହିଥିଲେ।କାର୍ଯ୍ୟକ୍ରମରେ ଅନ୍ୟ ପୁଲିସ କର୍ମଚାରୀ ଓ ମହାବିଦ୍ୟାଳୟ ର କର୍ମଚାରୀ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles