ବଲାଙ୍ଗିରରେ ସାଇବରକ୍ରାମ : ୪ଲକ୍ଷ ୪୦ ହଜାର ଲୋନ ଟଙ୍କା ଠକେଇ, ଜଣେ ଗିରଫ

0
61

ବଲାଙ୍ଗିର,୦୯/୦୭ (ଜେଏନ୍ଏସ୍), ବଲାଙ୍ଗିର ଜିଲ୍ଲାରେ ପୁଣି ଏକ ସାଇବର ଠକେଇ ଘଟଣା ସାମ୍ନାକୁ ଆସିଛି । ନିଜକୁ ଏସ.ବି.ଆଇର ଲୋନ ପ୍ରୋସେସିଂ ଅଫିସର କହି ଜଣେ ବ୍ୟକ୍ତିଙ୍କ ଠାରୁ ୪ଲକ୍ଷ୪୦ହଜାର ଟଙ୍କା ଠକେଇ କରି ପୋଲିସ ହାତରେ ଗିରଫ ହୋଇଛନ୍ତି । ବଲାଙ୍ଗିର ସଦର ଏସ୍.ଡି.ପି.ଓ. ପ୍ରଦୀପ ସାହୁ ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଦେଓଗାଁ ଥାନା ଅନ୍ତର୍ଗତ ପ୍ରତାପରୂଦ୍ରପୁର ଗାଁର ଛନ୍ଦାଚରଣ ବର୍ଗେ ନାମକ ଜଣେ ବ୍ୟକ୍ତିକୁ ବଲାଙ୍ଗିର ତାଲପାଲି ପଡ଼ାର କୈଳାସ ମହାନ୍ତି ନିଜକୁ ଷ୍ଟେଟବ୍ୟାଙ୍କର ଜଣେ ଲୋନ ପ୍ରୋସେସିଂ ଅଫିସର କହି ପରିଚୟ ଦେଇଥିଲେ । ଏପରିକି ଛନ୍ଦାଚରଣଙ୍କୁ କମ ସୁଧରେ ବ୍ୟାଙ୍କରୁ ଲୋନ କରାଇଦେବେ କହି କାଗଜପତ୍ର ନେଇଥିଲେ । ସେହି କାଗଜପତ୍ର ବଳରେ ଭୁବନେଶ୍ୱରର ଏକ ବ୍ରାଞ୍ଚରୁ ୯ଲକ୍ଷ ୪୦ହଜାର ଟଙ୍କାର ଲୋନ କରାଇଥିଲେ । କିନ୍ତୁ ଛନ୍ଦାଚରଣଙ୍କୁ ୫ଲକ୍ଷ ଟଙ୍କା ଲୋନ ହୋଇଥିବା କହି ସେଥିରୁ ଭିନ୍ନ ଭିନ୍ନ ସମୟରେ ମାତ୍ର ୫ଲକ୍ଷ ଟଙ୍କା ଫେରାଇ ବାକି ୪ଲକ୍ଷ ୪୦ହଜାର ଟଙ୍କାକୁ ଦାନୀ ସରଭଙ୍ଗ ନାମକ ଅନ୍ୟଜଣେ ବ୍ୟକ୍ତିର ଆକାଉଣ୍ଟକୁ ନେଇ ଅର୍ଥ ହଡ଼ପ କରିଥିଲେ । ପରେ ଛନ୍ଦାଚରଣ ଠକେଇ ହୋଇଥିବା ବିଷୟରେ ଜାଣିବାକୁ ପାଇ ବଲାଙ୍ଗିର ସାଇବର ଥାନାରେ ଏତଲା ଦେଇଥିଲେ । ବଲାଙ୍ଗିର ସାଇବର ଥାନାର କେସନମ୍ବର-୧୩/୨୦୨୪ ଦଫା-୪୧୯/୪୨୦/୪୬୭/୪୬୮ରେ ଓ ଆଇଟି ଏକ୍ଟରେ ମାମଲା ରଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ତଦନ୍ତରେ କୈଳାଶ ଆହୁରି ଅନେକ ଲୋକଙ୍କୁ ଏଭଳି ଠକେଇ କରିଥିବା ଜଣାପଡ଼ିଥିଲା । ଶେଷରେ କୈଳାସକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କୈଲାଶଙ୍କ ଠାରୁ ଏକ ଟିଭିଏସ ଆପାଚିଗାଡି, ୨ଟି ଏନଡ୍ରୟଡ୍ ଫୋନ, ୨ଟି ସିମକାର୍ଡ, ଗୋଟିଏ ମାଇକ୍ରୋଏସଡି କାର୍ଡ, ୩ଟି ଅରିଜିନାଲ ପାସବୁକ ଓ ୨ଟି ଅନ୍ୟମାନଙ୍କ ନାମରେ ଥିବା ପାସବୁକ ଇତ୍ୟାଦି ପୋଲିସ ଜବତ କରିଛି । 

LEAVE A REPLY

Please enter your comment!
Please enter your name here