ସି.ୱାଇ.ଏସ୍.ଡି. ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ

0
70

ଟିଟିଲାଗଡ଼(ଜେଏନ୍ଏସ୍), ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିହିନି ଗ୍ରାମରେ ସେଣ୍ଟର ଫର ୟୁଥ୍ ଏଣ୍ଡ ସୋସିଆଲ ଡେଭଲପମେଣ୍ଟ (ସି.ୱାଇ.ଏସ୍.ଡି) ଅନୁଷ୍ଠାନ ପକ୍ଷରୁ ବୁଧବାର ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସୁରକ୍ଷା ପ୍ରକଳ୍ପ ଅନ୍ତର୍ଗତ ଏହି ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନବିଭାଗ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧି, ପିତାମ୍ବର ମାଝୀ, ସଚିନ ବିଶୋଇ, ସଞ୍ଜୀବ କଟା, ଆମ ଜଙ୍ଗଲ ଯୋଜନାର ମୁଖ୍ୟ ଅଜୟ ମହାନ୍ତି ପ୍ରମୁଖ ଯୋଗଦେଇ ଗ୍ରାମର ସୁନାମୁଦି ବନ୍ଧ ନିକଟରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ । ସି.ୱାଇ.ଏସ୍.ଡି. ପ୍ରକଳ୍ପର କ୍ଷେତ୍ରୀୟ ସଂଯୋଜକ କାହୁଁ ଚରଣ ମିଶ୍ରଙ୍କ ସହ ପ୍ରମୋଦ ବାରିକ, ପ୍ରେମ ଲାଲ ମାଝୀ, ଲିଙ୍ଗରାଜ ବାଣୁଆ ପ୍ରମୁଖ ବୃକ୍ଷ ରୋପଣ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ

LEAVE A REPLY

Please enter your comment!
Please enter your name here