ରକ୍ତ ସମ୍ପର୍କରେ ଛିଟା… ଜମି ବିବାଦକୁ ନେଇ ବୃଦ୍ଧ ବାପାଙ୍କୁ ପେଟ୍ରୋଲ ଢ଼ାଳି ହତ୍ୟା କଲା ପୁଅ

0
76

ଟିଟିଲାଗଡ଼,୨୫/୬(ଜେଏନ୍ଏସ୍), ସାଂପ୍ରତିକ ସମାଜରେ ଧନ ସମ୍ପତ୍ତି ତୁଳନାରେ ରକ୍ତ ସମ୍ପର୍କ ଯେ କେତେ ମୂଲ୍ୟହୀନ ତାହାର ନିଚ୍ଛକ ଉଦାହରଣ ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦର୍ଲୋ ଗ୍ରାମରେ ଘଟିଥିବା ଅଭାବନୀୟ ଘଟଣାରେ ଦେଖିବାକୁ ମିଳିଛି । ସାମାନ୍ୟ ଜମି ବିବାଦକୁ ନେଇ ପିତୃହନ୍ତା ସାଜିଛି ଜନ୍ମକଲା ପୁଅ । ସୂଚନା ଅନୁଯାୟୀ ଦର୍ଲୋ ଗ୍ରାମ ହରିଜନ ପଡ଼ା ନିବାସୀ ଗୋପୀନାଥ ଭରାସାଗର( ୭୫) ଓ ତାଙ୍କ ପ୍ରଥମ ପତ୍ନୀଙ୍କ ପୁଅ ମୋହନ ଭାରାସାଗରଙ୍କ ମଧ୍ୟରେ ଜମି ଭାଗବଣ୍ଟାକୁ ନେଇ ବିବାଦ ରହିଥିଲା ।ମଙ୍ଗଳବାର ଅପରାହ୍ଣରେ ମହିମା ଧର୍ମାବଲମ୍ବୀ ଗୋପୀନାଥ ସ୍ନାନ ସାରି ଫେରୁଥିବା ବେଳେ ମୋହନ ସାହି ରାସ୍ତାରେ ତାଙ୍କୁ ମାଡ଼ ମାରିଥିଲା । ଗୋପୀ ତଳେ ପଡ଼ିଯିବା ପରେ ମୋହନ ତାଙ୍କ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଫେରାର ହୋଇଯାଇଥିଲା । ପରିବାର ସଦସ୍ୟ ଗୋପୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନା ଆଣିବା ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଥିଲା ।

ତେବେ ଘଟଣା ସମ୍ଵନ୍ଧରେ ଟିଟିଲାଗଡ଼ ପୁଲିସ ଖବର ପାଇ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଶବ ସଂରକ୍ଷିତ ଗୃହରେ ରଖିଥିବା ସୂଚନା ମିଳିଛି । ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ ହେବାସହ ତଦନ୍ତ ଆରମ୍ଭ ହୋଇଥିବା ପୁଲିସ ସୁଚନା ଦେଇଛି । ଅପରପକ୍ଷରେ ଅଭିଯୁକ୍ତ ମୋହନ ଫେରାର ହୋଇଯାଇଥିବା ବେଳେ ଏହି ଛତିଥରା ଘଟଣା ଅଞ୍ଚଳବାସୀଙ୍କୁ ବିସ୍ମିତ କରିଛି ।

LEAVE A REPLY

Please enter your comment!
Please enter your name here