ଟିଟିଲାଗଡ ଡିଏଭି କଲେଜର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାଫଳ ପ୍ରକାଶିତ

0
183

ଟିଟିଲାଗଡ଼ (ଜେଏନଏସ), ଟିଟିଲାଗଡ଼ ଡିଏଭି ସ୍ଵଂୟ ଶାସିତ ମହାବିଦ୍ୟାଳୟର ୨୦୨୩-୨୦୨୪ ଶିକ୍ଷାବର୍ଷର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାଫଳ ଶନିବାର ପ୍ରକାଶିତ ହୋଇଛି । ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ କୁଳପତିଙ୍କ ଅନୁମୋଦନକ୍ରମେ ମହାବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପିକା ଅଳକାନନ୍ଦା ମଲ୍ଲ ଓ ଅଧ୍ୟକ୍ଷ ଡ. ପ୍ରଣବ କିଶୋର ପୁରୋହିତ, ପ୍ରାଧ୍ୟାପକ ଡ଼. ଉମେଶ ଚନ୍ଦ୍ର ସାହୁ ଓ ବିଧାନ ଚନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ ଫଳାଫଳ ପୁସ୍ତିକା ଉନ୍ମୋଚିତ ହୋଇଛି । ସ୍ନାତକ କଳା ବିଭାଗରେ ୬୭.୬୫%, ବିଜ୍ଞାନ ବିଭାଗରେ ୭୩.୪୨ % ଓ ବାଣିଜ୍ୟ ବିଭାଗରେ ୮୦ % ପ୍ରତିଶତ ଫଳାଫଳ ହୋଇଥିବା ଅଧ୍ୟକ୍ଷ ଡ. ପୁରୋହିତ ପ୍ରକାଶ କରିଛନ୍ତି । ସ୍ନାତକ କଳା ବିଭାଗର ଛାତ୍ରୀ ବନ୍ଦନା ଛାତ୍ରୀୟା ୮୦.୩୦ %, ବିଜ୍ଞାନ ବିଭାଗରେ ଲିପୁନ ତ୍ରିପାଠୀ ୮୫.୦୦% ଏବଂ ବାଣିଜ୍ୟ ବିଭାଗ ରେ ପିୟୂଷ ପଟ୍ଟନାୟକ ୭୬.୯୦% ନମ୍ବର ରଖି ଶ୍ରେଷ୍ଠ ସ୍ଥାନରେ ରହିଛନ୍ତି । ସେହିପରି ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ୮୮.୮୮ %, ରାଜନୀତି ଓ ରସାୟନ ବିଜ୍ଞାନ ବିଭାଗରେ ଶତ ପ୍ରତିଶତ ଫଳାଫଳ ହୋଇଛି । ଓଡ଼ିଆ ବିଭାଗରେ ଗୀତାଞ୍ଜଳି କୁମାର ୭୯%, ରାଜନୀତି ବିଭାଗରେ ବିଶ୍ୱାସ ମିଶ୍ର ୭୮% ଏବଂ ରସାୟନ ବିଜ୍ଞାନରେ ବ୍ୟୋମକେଶ ସାହୁ ୭୧% ନମ୍ବର ରଖି ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ମହାବିଦ୍ୟାଳୟର ଫଳାଫଳକୁ ନେଇ ସହରର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସନ୍ତୋଷ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here