ଟିଟିଲାଗଡ଼ ମହାରାଜ ସାଗରରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

0
60

ଟିଟିଲାଗଡ,୦୮/୦୭ (ଜେଏନ୍ଏସ୍), ଟିଟିଲାଗଡ଼ ସହରର ମଧ୍ୟ ଭାଗରେ ଥିବା ମହାରାଜ ସାଗରରୁ ଭାସମାନ ଅବସ୍ଥାରେ ଥିବା ଏକ ଅଜଣା  ମୃତଦେହକୁ ସ୍ଥାନୀୟ ପୁଲିସ ଉଦ୍ଧାର କରିଛି । ମହାରାଜ ସାଗର କୁଳରେ ଥିବା ଆଇ ଲଭ୍ ଟିଟିଲାଗଡ଼ ପାର୍କକୁ ପ୍ରାତଃଭ୍ରମଣ ପାଇଁ ଯାଇଥିବା କିଛି ଲୋକ ସାଗର ମଧ୍ୟରେ ମୃତଦେହ ଭାସୁଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଟିଟିଲାଗଡ଼ ପୁଲିସ ପହଞ୍ଚି ଦମକଳ ବାହିନୀଙ୍କ ସହାୟତାରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଯୁବକଙ୍କ ଆନୁମାନିକ ବୟସ ୩୦ ବର୍ଷ ହୋଇଥିବା ବେଳେ ସେ ଏକ ଟି ସାର୍ଟ, ବ୍ଲୁ ରଙ୍ଗର ଜିନ୍ସ ପେଣ୍ଟ, ସହ ଚପଲ ପିନ୍ଧିଥିବା ଦେଖାଯାଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରି ନାହିଁ । ମୃତ ଶରୀରର ଅନେକ ସ୍ଥାନରେ କ୍ଷତ ଚି଼ହ୍ନ ରହିଥିବା ଏବଂ ପାର୍କ ସମ୍ମୁଖରେ ରକ୍ତର ଛିଟା ପଡ଼ିଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥିବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବା ନେଇ ପୁଲିସ ପକ୍ଷରୁ କୁହାଯାଇଛି । 

LEAVE A REPLY

Please enter your comment!
Please enter your name here