ଉପଡାକଘରୁ ପୋଷ୍ଟମାଷ୍ଟର ଙ୍କ ଶବ ଉଦ୍ଧାର

0
34

ଟିଟିଲାଗଡ,୦୧/୦୮(ଜେଏନଏସ),ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଉପଡ଼ାକଘରୁ ପୋଷ୍ଟମାଷ୍ଟର ନରେନ୍ଦ୍ର ଭୋଇ(୫୨) ଙ୍କ ମୃତଦେହ ସ୍ଥାନୀୟ ପୁଲିସ ଉଦ୍ଧାର କରିଛି।ସୂଚନା ଅନୁଯାୟୀ ସ୍ବର୍ଗତ ଭୋଇ ୧୫ ଦିନ ପୂର୍ବରୁ ଏଠାରେ ପୋଷ୍ଟମାଷ୍ଟର ଭାବରେ ନିଯୁକ୍ତ ହୋଇଥିଲେ। ପ୍ରତିଦିନ ପରି ଗୁରୁବାର ଅଫିସ କାମ ସାରି ସେ ଡାକଘର କାର୍ଯ୍ୟାଳୟ ମଧ୍ୟରେ ହିଁ ରହିଥିଲେ।ଶୁକ୍ରବାର ସକାଳୁ ଅନ୍ୟ କର୍ମଚାରୀ ମାନେ ଆସି ତାଙ୍କୁ ଡାକିବା ପରେ ମଧ୍ୟ କବାଟ ନ ଫିଟାଇବାରୁ ସନ୍ଦେହ ରେ ପୁଲିସ କୁ ଖବର ଦେଇଥିଲେ।ଖବରପାଇ ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସଞ୍ଜୀବ ପ୍ରଧାନ ଓ କଣ୍ଟାବାଞ୍ଜି ଏଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି ପହଞ୍ଚି କବାଟ ଖୋଲି ତାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।ତେବେ ପୋଷ୍ଟମାଷ୍ଟର ଙ୍କ ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବାବେଳେ ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here