ଠେଲା ବ୍ୟବସାୟୀ ଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ,୬/୯(ଜେଏନଏସ), ଟିଟିଲାଗଡ ସହର ମଧ୍ୟରେ ଥିବା ଫ୍ଲାଏ ଓଭର ବ୍ରିଜ ଫୁଟପାଥ ନିକଟରୁ ଶନିବାର ସକାଳୁ ଝୁଲନ୍ତା ଅବସ୍ଥାରେ ଏକ ମୃତଦେହ ସ୍ଥାନୀୟ ପୁଲିସ ଉଦ୍ଧାର କରିଛି।ମୃତ ବ୍ୟକ୍ତି ଜଣକ ଛତିଶଗଡ଼ ସରେଇପାଲି ଗ୍ରାମ ର ଗିରିଧର ମେହେର ଙ୍କ ପୁତ୍ର ଆଜାଦ ମେହେର(୩୬) ବୋଲି ଜଣାପଡିଛି।ସୂଚନା ଅନୁଯାୟୀ ଆଜାଦ ଟିଟିଲାଗଡ ସହର ବଲାଙ୍ଗୀର ରାସ୍ତାରେ ଏକ ଠେଲା ରେ ଝାଲ ମୁଢ଼ି ବ୍ୟବସାୟ କରୁଥିବା ବେଳେ କିଛିଦିନ ଧରି ପାରିବାରିକ କଳହ ଯୋଗୁଁ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ।ଘଟଣା ସ୍ଥଳ ର ପାରିପାର୍ଶ୍ବିକ ସ୍ଥିତି ରୁ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇପାରି ନ ଥିବା ବେଳେ ବଲାଙ୍ଗୀର ସାଇଣ୍ଟିକଫିକ ଟିମ ଆସି ତଦନ୍ତ କରିଛି।ପୁଲିସ ଶବ ଜବତ ପରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।ଘଟଣା କୁ ନେଇ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles