ପରଲୋକରେ ରାମ ବିଳାସ ଗୋୟଲ

ଟିଟିଲାଗଡ,୫/୯(ଜେଏନଏସ), ଟିଟିଲାଗଡ ସହରର ପ୍ରତିଷ୍ଠିତ ବ୍ୟବସାୟୀ ତଥା ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ୍ ଙ୍କ ପିତା ରାମ ବିଳାସ ଗୋୟଲ(୮୨) ଙ୍କ ପରଲୋକ ଘଟିଛି।ସ୍ବର୍ଗତ ଗୋୟଲ୍ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ।ଶୁକ୍ରବାର ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରିବାର ସଦସ୍ୟ ତାଙ୍କୁ ସ୍ଥାନୀୟ ଘରୋଇ ଡାକ୍ତରଖାନା ଜୀବନ ଜ୍ୟୋତି କୁ ଚିକିତ୍ସା ପାଇଁ ନେଇଥିଲେ।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଛି।ସ୍ବର୍ଗତ ଗୋୟଲ୍ ଜଣେ ଧର୍ମପରାୟଣ ବ୍ୟକ୍ତି ସହ ଶିବ ଉପାସକ ଥିଲେ।ତାଙ୍କ ବିୟୋଗ ରେ ସ୍ଥାନୀୟ ବିଧାୟକ ନବୀନ ଜୈନ,ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ,ବିଶିଷ୍ଟ ବିଜେପି ନେତା ପ୍ରମୋଦ ପ୍ରଧାନ,ଚେମ୍ବର ଅଫ କମର୍ସ ସଭାପତି ଈଶ୍ୱର ଜୈନ,ସାଂସଦ ପ୍ରତିନିଧି ରମେଶ ଅଗ୍ରୱାଲ,ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପୁରୋହିତ,ସମାଜସେବୀ ହରିଶ ରାୟଠାତା ପ୍ରମୁଖ ଙ୍କ ସହ ସହରର ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି।ଆସନ୍ତା କାଲି ସ୍ଥାନୀୟ ସ୍ଵର୍ଗଦ୍ଵାର ଠାରେ ତାଙ୍କ ଅନ୍ତିମକ୍ରିୟା ସମ୍ପନ୍ନ ହେବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles