ଅବସରପ୍ରାପ୍ତ ଶିକ୍ଷକ ଗୋପୀନାଥ ପାଢୀଙ୍କ ପରଲୋକ

0
111

ବଲାଙ୍ଗିର,୨୬/୦୮(ଜେଏନ୍ଏସ୍): ମେଣ୍ଡା ସେବାଶ୍ରମ ସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋପୀନାଥ ପାଢୀଙ୍କର ଆଜି ୯୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ହେଲା ବାର୍ଦ୍ଧକ୍ୟଜନିତ କାରଣରୁ ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ । ଆଜି ସକାଳ ୭.୧୫ରେ ତାଙ୍କର ବଲାଙ୍ଗିର ସହରର ଆଦର୍ଶପଡା ସ୍ଥିତ ବାସଭବନରେ ଦେହାନ୍ତ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ପୁଅ ଅଶୋକ, ଅରୁଣ, ରମେଶ, ଝିଅ ଆଲ୍ଲାଦିନୀ, ଇନ୍ଦିରା, ସବିତା, ସୁନିତା, ବୋହୁ ବବି, ତୃପ୍ତିରାଣୀ, ରୀମା ଓ ଜ୍ୱାଇଁ, ନାତି, ନାତୁଣିମାନେ ଉପସ୍ଥିତ ଥିଲେ । ସ୍ଥାନୀୟ ବିଭୁତିପଡା ଶ୍ମସାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଜ୍ୟେଷ୍ଠପୁତ୍ର ଅଶୋକ ପାଢୀ ମୁଖାଗ୍ନୀ ଦେଇଥିଲେ । ସ୍ୱର୍ଗତ ପାଢୀ ପାଠପଢାପରେ ସେବାଶ୍ରମ ସ୍କୁଲରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ଯେତେବେଳେ ସମାଜରେ ଛୁଆଁ ଅଛୁଆଁ ଭେଦଭାବ ରହିଥିଲା ସେ ସମୟରେ ସେ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳିତ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ଆଗେଇ ଆସିଥିଲେ । ବିଭିନ୍ନ ସ୍କୁଲରେ ଶିକ୍ଷକତାକରି ଶେଷରେ ନିଜ ଗାଁ ତରଭା ବ୍ଲକ ମେଣ୍ଡା ଗାଁର ସେବାଶ୍ରମ ସ୍କୁଲରୁ ପ୍ରଧାନଶିକ୍ଷକ ଭାବରେ ଅବସର ନେଇଥିଲେ । ଚାକିରି ସମୟରେ ଓ ଅବସର ପରେ ମଧ୍ୟ ମେଣ୍ଡା ଅଞ୍ଚଳର ଶିକ୍ଷା,ସାହିତ୍ୟ ଓ ସଂସ୍କୃତିକ ସୁରକ୍ଷା ଓ ବିକାଶ ପାଇଁ କାମ କରିଥିଲେ । ଆଜି ତାଙ୍କର ଦେହାନ୍ତର ଖବରପାଇ ବଲାଙ୍ଗୀର ସହର ଓ ମେଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ବର୍ଗର ଲୋକ ପହଞ୍ଚି ଶେଷଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here