ସିହିନି ହାଇସ୍କୁଲ ପ୍ରଧାନ ଶିକ୍ଷକ ଙ୍କ ପରଲୋକ

0
111

ଟିଟିଲାଗଡ,୦୪/୦୮(ଜେଏନଏସ), ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ନାରାୟଣ ବଗର୍ତ୍ତି(୫୯) ଙ୍କ ପରଲୋକ ଘଟିଛି।ସ୍ବର୍ଗତ ବଗର୍ତ୍ତି ହୃଦରୋଗ ରେ ପୀଡ଼ିତ ଥିବା ବେଳେ ଗତ ବିଳମ୍ବିତ ରାତିରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ।ପରିବାର ସଦସ୍ୟ ତାଙ୍କୁ ଟିଟିଲାଗଡ ସରକାରୀ ଡାକ୍ତରଖାନା ରେ ଭର୍ତ୍ତି କରିଥିବା ବେଳେ ଭୋର ୪ ଘଣ୍ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଥିଲା।ସ୍ବର୍ଗତ ବଗର୍ତ୍ତି ଜଣେ ଆଦର୍ଶ ଶିକ୍ଷକ ସହ ମିଷ୍ଟଭାଷୀ ଓ ମେଳାପି ସ୍ୱଭାବର ଅଧିକାରୀ ଥିଲେ।ତାଙ୍କ ବିୟୋଗରେ ସହରର ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here