ମେଣ୍ଡା କୁ ବ୍ଲକ ଘୋଷଣା ଦାବି

0
38

ତରଭା,୧୭/୦୨/୨୦୨୫,(ଜେଏନ୍ଏସ୍),ସ୍ଥାନୀୟ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ସଂଗଠକ ମୁକୁନ୍ଦ ସାହୁଙ୍କ ସଂଯୋଜନାରେ ମେଣ୍ଡା ଗ୍ରାମ ପଞ୍ଚାୟତକୁ ବ୍ଲକ ଘୋଷଣା କରାଯିବା ଉଦ୍ଦେଶ୍ୟରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ନୂତନ ବ୍ଲକ ପୁନଃଗଠନ ନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମନ୍ତ୍ରୀଙ୍କ ସୂଚନା ପରେ ବିଭିନ୍ନ ସ୍ଥାନରେ ନୂତନ ବ୍ଲକ ଗଠନ ନେଇ ଦାବି ଉଠିଛି । ତରଭା ବ୍ଲକ ଅନ୍ତର୍ଗତ ଥିବା ମେଣ୍ଡା ଅଞ୍ଚଳ ସୋନପୁର ଗଡ଼ଜାତ ସମୟରୁ ଏକ ପ୍ରମୁଖ ଅଞ୍ଚଳ ହୋଇ ରହିଆସିଛି । ଗଡ଼ଜାତ ରାଜ୍ୟ ସମୟରେ ମେଣ୍ଡା ଏକ ଗଡ଼ଥିଲା ଓ ଏହାର ଗଡ଼ତ୍ୟାଙ୍କ ଅଧିନରେ ପ୍ରାୟ ୫୫ଟି ଗ୍ରାମ ରହିଥିଲା । ସେହି ସମୟରେ ମେଣ୍ଡାରେ ରାଜାଙ୍କ ଧାନଘର ରହିଥିଲା। ବର୍ତ୍ତମାନ ମେଣ୍ଡା ସହ ରାଣିସର୍ଡା, ଦେଉଳପଦର, ପାଇକବାହାଲ, ପୁଆ, ଜରାଜାରିଂ, ନାରାୟଣପୁର, ବଲାଡି, ଛକୋରମାଲ ଓ ଶିବତଳା ଆଦି ପଞ୍ଚାୟତକୁ ନେଇ ନୂତନ ବ୍ଲକ ଗଠନ କରାଯିବାକୁ ବୈଠକରେ ପ୍ରସ୍ତାବ ଆଗତ ହୋଇଛି। ଏହି ଦାବିକୁ ଲୋକାଭିମୁଖି କରାଯିବାକୁ ଯୁବଗୋଷ୍ଠୀକୁ ଆଗେଇ ଆସିବାକୁ ଏବଂ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ସାହାଯ୍ୟ ନେବାକୁ ଅନୁରୋଧ କରାଯାଇଛି । ବ୍ଲକ ପୁନଃଗଠନ ନେଇ ଏକ ଚିଠାପ୍ରସ୍ତାବ କରାଯାଇ ବ୍ଲକ ପ୍ରଶାସନ, ଜିଲ୍ଲାପ୍ରଶାସନ ଓ ରାଜ୍ୟସରକାରଙ୍କ ପାଖରେ ଦାବି ଉପସ୍ଥାପନ କରାଯିବାକୁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି । 

LEAVE A REPLY

Please enter your comment!
Please enter your name here