ଟିଟିଲାଗଡ଼,୧୨/୦୭/୨୦୨୫(ଜେ.ଏନ୍.ଏସ୍.),ରାଷ୍ଟ୍ରୀୟ ହିନ୍ଦୁ ଫଣ୍ଟ ପକ୍ଷରୁ ଦେଶରେ ନାଗରିକ ସଂହିତା ଆଇନ ପ୍ରଣୟନ ପାଇଁ ଦାବୀ ହୋଇଛି । ଏହି ପରିପ୍ରେକ୍ଷୀରେରେ ଜିଲ୍ଲା ସଭାପତି ଆଲୋକ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଉପଜିଲ୍ଲାପାଳ ରେହାନ ଖତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଭାରତରେ ୧୩୯ କୋଟି ନାଗରିକ ବସବାସ କରୁଥିବା ବେଳେ ଯେଭଳି ଭାବରେ ଜନସଂଖ୍ୟା ବୃଦ୍ଧି ପାଉଛି ୨୦୫୦ ମସିହା ସୁଦ୍ଧା ଏହା ୨ ଶହ ୫୦ କୋଟିରେ ପହଞ୍ଚିବା ନେଇ ଆକଳନ କରାଯାଇଛି । ସେହିପରି ସମ୍ବିଧାନର ଧାରା ୪୪କୁ ଅବମାନନା କରି ଦେଶରେ ଧର୍ମ ଆଧାରରେ ଭିନ୍ନ ଭିନ୍ନ ଆଇନ ପ୍ରଚଳନ ହେଉଛି । ଫଳରେ କିଛି ନାଗରିକ ଦୈତ୍ୟ ଆଇନ ଉପଭୋଗ କରୁଛନ୍ତି । ଏଣୁ ଦେଶର ସମସ୍ତ ନାଗରିକଙ୍କ ପାଇଁ ୨ଟି ସନ୍ତାନ ଓ ୟୁଜିସି ଆଇନ ପ୍ରଣୟନ ନିହାତି ଆବଶ୍ୟକ ଥିବା ହିନ୍ଦୁ ଫଣ୍ଟ ପକ୍ଷରୁ ଦାବୀ ହୋଇଛି । ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଜୟରାଜ ସାହୁ, ଟୁକୁ ଠାକୁର, ରାଜେଶ ବାବୁ, ନରେଶ ପାଢ଼ୀ, ଜନୈକ କୁମ୍ଭାର, ଅରବିନ୍ଦ ପାଣିଗ୍ରାହୀ, ଦେବେନ୍ଦ୍ର ବାତ୍ରା, ବେଣୁ ବାଗ, ସନତ ବନଛୋର ଓ ଅଶୋକ କୁମାର ଦାସ ପ୍ରୁମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here