କପିଲାଭଟାରେ ଧାନମଣ୍ଡି ସ୍ଥାପନ ପାଇଁ ଦାବୀ

0
32

ଟିଟିଲାଗଡ଼, ୨୮/୦୩/୨୦୨୫(ଜେ.ଏନ୍.ଏସ୍.): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ କାର୍ଯ୍ୟାଳୟ ଠାରେ କୃଷି ସମବାୟ ସମିତି କାର୍ଯ୍ୟାଳୟ ତଥା ଧାନମଣ୍ଡି ସ୍ଥାପନ ପାଇଁ ଦାବୀ ହୋଇଛି । ଟିଟିଲାଗଡ଼ ମଣ୍ଡଳ ବରିଷ୍ଠ ସହକାରୀ ନିବନ୍ଧକ ସମବାୟ ସମିତି ସମୂହଙ୍କ ଠାରେ ଅଞ୍ଚଳବାସୀ ଏହି ଦାବି ଜଣାଇଛନ୍ତି । ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଅଞ୍ଚଳ ବାସିଙ୍କ ବୃହତ୍ତର ସ୍ୱାର୍ଥ ସମ୍ମଳିତ ଏହି ଦାବୀ ପ୍ରତି ପ୍ରଶାସନିକ ଉଦାସୀନତା ଦେଖାଦେଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଜିଲ୍ଲାର ଶେଷ ସୀମାରେ ଥିବା ଏହି ପଞ୍ଚାୟତରେ ମଣ୍ଡି ସ୍ଥାପନ କଲେ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁର ଚାଷୀମାନେ ଉପକୃତ ହେବେ ବୋଲି ଆଶା କରିଛନ୍ତି । ଅଞ୍ଚଳର ଚାଷୀମାନେ ଧାନ ବିକ୍ରି କରିବା ପାଇଁ ଚୁଲି ଫୁଙ୍କା ପ୍ୟାକ୍ସକୁ ଯାଇ ଖର୍ଚ୍ଚାନ୍ତ ହେବା ସହ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଦାବୀ ସମ୍ଵନ୍ଧରେ ଅଞ୍ଚଳର ଚାଷୀମାନେ ପୂର୍ବରୁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଗୁରୁବାର ଟିଟିଲାଗଡ଼ ମଣ୍ଡଳ ସମବାୟ ସମିତି ସମୂହ ଅଧିକାରୀ ସନ୍ତୋଷ ମଲ୍ଲିକଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ସମିତି ସଭ୍ୟ କେଦାର ଭୋଇ, ହୁଲେଶ୍ୱର ହଂସ, ଧର୍ମେନ୍ଦ୍ର ଦାସ ପ୍ରମୁଖଙ୍କ ସହ ଚାଷୀ ସମୂହ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here