ସଇଁତଲାରେ ଡେଙ୍ଗୁ ସଂଖ୍ୟା ୪୧ କୁ ବୃଦ୍ଧି , ରାଜ୍ୟସ୍ତରୀୟ ଡାକ୍ତରୀ ଟିମର ତଦାରଖ

0
90

ବଲାଙ୍ଗିର,୦୭/୦୭ (ଜେଏନ୍ଏସ୍), ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଡେଙ୍ଗୁ ବ୍ୟାପୁଥିବାରୁ ଆତଙ୍କ ସୃଷ୍ଟି ହୋଇଛି ।  ଏ ନେଇ ଖବରକାଗଜରେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରି ବଲାଙ୍ଗିର, ସଇଁତଲା ପରେ ଭୁବନେଶ୍ୱର ଡାକ୍ତରୀ ଟିମ ପହଂଚି ତଦାରଖ କରଥିଲେ । ଗତ ଶନିବାର ଦିନ ଉକ୍ତ ଗୋପବନ୍ଧୁପଡାର ମହିଳା ଓ ପୁରୁଷମାନଙ୍କୁ ଜ୍ଜର ହେଉଥିବା ନେଇ ପ୍ରାୟ ୭୦ରୁ ଉର୍ଦ୍ଧ ଲୋକଙ୍କ ରକ୍ତ ସଂଗ୍ରହ କରି ପରୀକ୍ଷା ପାଇଁ ବଲାଙ୍ଗୀରକୁ ପଠାଇଥିଲେ । ତନ୍ମଧ୍ୟରୁ ୧୯ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା । ଏ ନେଇ ବ୍ଲକ ପ୍ରଶାସନ ତରଫରୁ ଡେଙ୍ଗୁ ସଚେତନତା ଉପରେ ଏକ ଜରୁରୀକାଳୀନ ବୈଠକ ଆୟୋଜିତକରି ବିଭାଗୀୟ ଅଙ୍ଗେନୱାଡି, ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ କିପରି ସଚେତନ କରିବେ ସେ ଉପରେ ପରାମର୍ଶ ଦେଇଥିଲେ । ଉକ୍ତ ସଭାରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ଟିଟିଲାଗଡ଼ ଉପ ଜିଲ୍ଲାପାଳ ରୋହନ ଖେତ୍ରୀ, ତହସିଲଦାର ଆଶିଷ ଏକ୍କା, ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. କୁବେର ଚନ୍ଦ୍ର ମହନ୍ତ ଓ ସଇଁତଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସମରେନ୍ଦ୍ର ମହାପାତ୍ର ଯୋଗଦାନ କରି କରିଥିଲେ । ଏହାପରେ ସନ୍ଧ୍ୟା ସମୟରେ ଭୁବନେଶ୍ୱରରୁ ଡିଭିଡିର ଅତିରିକ୍ତ ନିର୍ଦେଶକ ଡା. ପ୍ରଭାକର ସାହୁ ଓ ଏଣ୍ଠେମୋଲୋଜିଷ୍ଟ ରବିଶଙ୍କର ପଣ୍ଡିତ ୨ ଜଣିଆ ଡାକ୍ତରୀ ଟିମ ପଡାକୁ ଯାଇ ବିଭିନ୍ନ ଦିଗକୁ ନେଇ ତଦାରଖ କରିଥିଲେ । ଏହା ସହିତ ଡ୍ରେନ କିମ୍ବା ଅନ୍ୟ ସ୍ଥାନଗୁଡିକରେ ଜମା ରହୁଥିବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା କରି ଲୋକଙ୍କୁ ସଚେତନ ରହିବା ପାଇଁ କହିଥିଲେ । ଏ ନେଇ ମେଡିକାଲ ଅଫିସର ଡା. ସମରେନ୍ଦ୍ର ମହାପାତ୍ରଙ୍କୁ ପଚାରିବା ସମସ୍ତ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବାବେଳେ ବର୍ତମାନ ଡେଙ୍ଗୁ ରୋଗୀ ସଂଖ୍ୟା ୪୧ କୁ ପହଂଚିଥିବା ପ୍ରକାଶ କରିଥିଲେ  । 

LEAVE A REPLY

Please enter your comment!
Please enter your name here