ଡିଜିଟାଲ ଫସଲ ସର୍ବେକ୍ଷଣ ତାଲିମ ଶିବିର ଉଦଘାଟିତ

ସଇଁତଲା (ଜେଏନଏସ), ବଲାଙ୍ଗୀର ଜିଲ୍ଲା ସଇଁତଲା କୃଷି ବିଭାଗ କାର୍ଯାଳୟ ପରିସରରେ ଦ୍ୱୀ ଦିବସୀୟ ଡିଜିଟାଲ ଫସଲ ସର୍ବେକ୍ଷଣ ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ମାଝୀ ଏହି ଶିବିର କୁ ଉଦଘାଟନ କରିଥିଲେ।ଏହି ଶିବିରରେ ଡିଜିଟାଲ ମାଧ୍ୟମରେ ଝିଙ୍ଗିଡୁଙ୍ଗୁରି, ଟିକ୍ରାପଡା, ଜୁରାବନ୍ଦ, ଡେଙ୍ଗ, ତାଲବାହାଲ, କରମତଲା, କୁମ୍ଭାରୀ, ଧରବଗଡ଼, କୁଇକେଡା, ଗଣ୍ଡପତ୍ରାପାଲି, କନ୍ଧକେଲଗାଁ ଆଦି ୧୧ ଗୋଟି ପଞ୍ଚାୟତର ଫସଲ ସର୍ବେକ୍ଷଣ କରାଯିବ।ଆୟୋଜିତ ଶିବିରରେ ମାଷ୍ଟର ଟ୍ରେନର ଭାବେ ସହକାରୀ କୃଷି ଅଧିକାରୀ ସଞ୍ଜୀବ ନାୟକ, ଏଏଫଓ ସୁଜିତ ମହାନ୍ତି ଯୋଗଦାନ କରି ତାଲିମ ପ୍ରଦାନ କରିଥିଲେ।ପ୍ରଶିକ୍ଷଣ ଶିବିରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଝସକେତନ ମେହେର, ସ୍ୱପ୍ନା ବାଗ, ଶରତ ସାହୁ, ଅକ୍ଷୟ ମହାନ୍ତି, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ନମ୍ବ୍ରତା ବରା, କୃଷକ ସାଥି ଓ ଯୁବବର୍ଗ ଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles