ଚାନ୍ଦିଲି ପାହାଡ଼ର ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ ଶୀର୍ଷକରେ ଆଲୋଚନାଚକ୍ର ।

0
56

ବଲାଙ୍ଗିର,୦୧/୦୧/୨୦୨୫,(ଜେଏନ୍ଏସ୍), ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଷଣ୍ଡ ଚାନ୍ଦିଲି ପାହାଡ଼ ମହୋତ୍ସବ ଅବସରରେ ଚାନ୍ଦିଲି  ପାହାଡ଼ର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବର ସଭାପତି ଲକ୍ଷ୍ମଣ ମେହେରଙ୍କ ଅଧ୍ୟକ୍ଷତା ଓ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଆଲୋଚକ ଭାବରେ ଆଦିବାସୀ ସଂସ୍କୃତି ଗବେଷକ ରାଜୀବ ସଗରିଆ, ଅଧ୍ୟାପକ ଡ. ସଂଜୟ କୁମାର ମିଶ୍ର, ଭୀମ ପାହାଡ଼ ମହୋତ୍ସବ କମିଟିର ସଭାପତି ପ୍ରମୋଦ କୁମାର ବହିଦାର ପ୍ରମୁଖ ଯୋଗ ଦେଇଥିଲେ । ଆମ ସାମାଜ ଓ ସଂସ୍କୃତି ଜଙ୍ଗଲ, ଜମି ଓ ଜଳ ଉପରେ ପର୍ଯ୍ୟବେଷିତ । ଜଙ୍ଗଲରୁ ନେଇ କି ନଦୀକୂଳରେ ମଣିଷ ସଭ୍ୟତା ଗୁଡ଼ିକ ଗଢିଉଠିଛି । ଲୋକଙ୍କ ଜୀବନ ଜୀବିକା ମଧ୍ୟ ଏହି ଜଙ୍ଗଲ, ଜମି ଓ ଜଳ ଉପରେ ନିର୍ଭରଶୀଳ । କିନ୍ତୁ ଆଜି ବିକାଶ ନାମରେ ଚାଲିଥିବା କଂକ୍ରିଟ ଜଙ୍ଗଲ ସୃଷ୍ଟି ପରିବେଶ ସହିତ ଆମର ସାମାଜିକ ବ୍ୟବସ୍ଥାକୁ ଧ୍ୱଂସ କରିଦେଉଛି । ତେଣୁ ଜଙ୍ଗଲ, ପାହାଡ଼ ଓ ନଦୀ ଗୁଡିକର ସୁରକ୍ଷା କରାଯାଇ ଏହି ସାମାଜିକ ସଂସ୍କୃତିକୁ ସୁରକ୍ଷିତ କରାଯାଉ ବୋଲି  ଆଲୋଚକ ଗଣ ମତବ୍ୟକ୍ତ କରିଥିଲେ । ଚାନ୍ଦିଲି ପାହାଡ଼ ଓ ଭୀମ ପାହାଡ଼ର ସୁରକ୍ଷା ପାଇଁ  ଅଞ୍ଚଳବାସୀ ଯେଭଳି  ଅଣ୍ଟା ଭିଡିଛନ୍ତି ଠିକ ସେଭଳି ଅନ୍ୟ ପାହାଡ଼ ଗୁଡିକୁ ମଧ୍ୟ ସୁରକ୍ଷା କରିବାର ଆବଶ୍ୟକତା ରହିଥିବା ଆଲୋଚକମାନେ ଉଲ୍ଲେଖ କରିଥିଲେ । ଚାନ୍ଦିଲି ଓ ଭୀମ ପାହାଡ଼ ପର୍ଯ୍ୟଟନ କ୍ଷେତ୍ର ଦେଓଗାଁ ବ୍ଲକ ସମେତ ବଲାଙ୍ଗିର ଜିଲ୍ଲାର ଗୌରବ ବଢାଇ ଥିବା ଏବଂ ଏହି ଲୋକମହୋତ୍ସବ ମାଧ୍ୟମରେ ଲୋକେ ଏକତ୍ରିତ ହୋଇ ପାରିଥିବା ମହୋତ୍ସବର ସଭାପତି ଲକ୍ଷ୍ମଣ ମେହେର ଉଲ୍ଲେଖ କରିଥିଲେ । ଅଞ୍ଚଳବାସୀଙ୍କ ସାମୁହିକ ଉଦ୍ୟମ ଯୋଗୁଁ ଭୀମ ପାହାଡ଼ ଓ ଚାନ୍ଦିଲି ପାହାଡ଼ ଦୁଇଟି ପର୍ଯ୍ୟଟନସ୍ଥଳୀର ବିକାଶ ହୋଇଛି ଓ ଏହା ଆଗାମୀ ଦିନରେ ଦେଓଗାଁ ଅଞ୍ଚଳର ପରିଚୟ ହେବା ସହ ଦେଶବିଦେଶରେ ନାମ କରି ଅଞ୍ଚଳବାସୀଙ୍କ ଅର୍ଥନୈତିକ ଅଭିବୃଦ୍ଧିରେ ବେଶ ସହାୟକ ହେବ ବୋଲି ସାମ୍ବାଦିକ ଶ୍ରୀ ପଣ୍ଡା ଆଶାବ୍ୟକ୍ତ କରିଥିଲେ ।  ସ୍ଥାନୀୟ ସରପଞ୍ଚ ଯଶୋଦା ମେହେର କାର୍ଯ୍ୟକ୍ରମ ଶେଷରେ  ଧନ୍ୟବାଦ ଅର୍ପଣ କରିଥିଲେ । 

LEAVE A REPLY

Please enter your comment!
Please enter your name here