ସରକାରୀ ଆଦେଶର ଅବମାନନା : ରଥଯାତ୍ରାରେ ବେସରକାରୀ ସ୍କୁଲ ଖୋଲା

0
72

ଟିଟିଲାଗଡ,୦୮/୦୭ (ଜେଏନ୍ଏସ୍), ରାଜ୍ୟ ସରକାର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦୁଇ ଦିନ ସରକାରୀ ଛୁଟି ଘୋଷଣା କରିଥିବାବେଳେ ସ୍ଥାନୀୟ ବେସରକାରୀ ସ୍କୁଲରେ ଏହି ଆଦେଶର ଅବମାନନା ହୋଇଥିବା ଦେଖିବାକୁ ମିଳିଛି ।ଟିଟିଲାଗଡ଼ ସହରରେ ସୋମବାର ସ୍କୁଲ ଖୋଲା ରଖିବା ସହ ପିଲାଙ୍କ ଅଧ୍ୟୟନ ଚାଲୁ ରଖିବା ଚର୍ଚ୍ଚାର ବିଷୟ ହୋଇଛି।ସହରର ପ୍ରଭାବତୀ ପବ୍ଲିକ ସ୍କୁଲର ଦୁଇଟି ଶାଖା ସୋମବାର ଖୋଲା ରହିଥିବା ବେଳେ ସ୍ଵାଭାବିକ ଭାବରେ ପାଠପଢା ଚାଲିଥିବା ଦେଖିବାକୁ ମିଳିଥିଲା । ସରକାରଙ୍କ ନିର୍ଦେଶରେ ସହରର ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ପ୍ରତିଷ୍ଠାନ ଆଦି ବନ୍ଦ ଥିବାବେଳେ ଉକ୍ତ ସ୍କୁଲ ଖୋଲା ରଖିବାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଟଣାକୁ ନେଇ ସ୍କୁଲ କର୍ତୃପକ୍ଷଙ୍କୁ ଯୋଗାଯୋଗ କରାଯିବା ପରେ ଅପରାହ୍ଣ ପ୍ରାୟ ୧୨ ଟାରେ ଛୁଟି ଘୋଷଣାକରି ପିଲାଙ୍କୁ ଛାଡ଼ି ଦିଆଯାଇଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here