ସୌଦାମିନୀ କେୟାର୍ସ ସଙ୍ଗଠନ ପକ୍ଷରୁ ଛତା ବଣ୍ଟନ

0
101

ଟିଟିଲାଗଡ଼, ୦୪/୦୮ (ଜେଏନ୍ଏସ୍) : ସ୍ଥାନୀୟ ଅଞ୍ଚଳରେ ସମାଜସେବା ରେ ଅଗ୍ରଣୀ ଭୂମିକା ତୁଲାଇଥିବା ସୌଦାମିନୀ କେୟାର୍ସ୍ ସଙ୍ଗଠନ ପକ୍ଷରୁ ରବିବାର ଅସହାୟଙ୍କୁ ଛତା ବଣ୍ଟନ କରାଯାଇଛି । ପ୍ରକାଶ ଯୋଗ୍ୟ ଯେ, ଆନ୍ତର୍ଜାତୀୟ ଚଳଚିତ୍ର ଜଗତର ଏକ ସଫଳ ତାରକା ଭାବରେ ପରିଚିତ ଜିତେନ୍ଦ୍ର ମିଶ୍ର ୧୧୦ରୁ ଉର୍ଦ୍ଧ ଚଳଚ୍ଚିତ୍ରର ନିର୍ମାତା, ନିର୍ଦ୍ଦେଶକ, ବିତରକ, ପ୍ରୋତ୍ସାହକ ଭାବରେ ସୁଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କ ‘ଆଇ ଏମ କଲାମ’, ‘ଦି ଲାଷ୍ଟ କଲର’ ଆଦି ଅନେକ ଚଳଚ୍ଚିତ୍ର ଆନ୍ତର୍ଜାତୀୟ ସ୍ତରରେ ସମ୍ମାନ ଲାଭ କରିବା ସହ ସେ ଆନ୍ତର୍ଜାତୀୟ ଫିଲ୍ମ ଉତ୍ସବରେ ଜୁରୀ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି । ଆନ୍ତର୍ଜାତୀୟ କ୍ୟାନ୍ସ ଫେଷ୍ଟିଭଲରେ ଗତ ୧୦ବର୍ଷ ହେଲା ଜିତେନ୍ଦ୍ର ନିମନ୍ତ୍ରିତ ହୋଇ ଯୋଗ ଦେଇଆସୁଛନ୍ତି। ନିଜ ଜନ୍ମ ମାଟି ପ୍ରତି ତାଙ୍କ ଭଲପାଇବା ଓ ଅଞ୍ଚଳର ଅସହାୟଙ୍କ ସେବା କରିବା ଉଦ୍ଦେଶ୍ୟରେ ସେ ତାଙ୍କ ସ୍ଥାନୀୟ ବନ୍ଧୁଙ୍କୁ ନେଇ ନିଜ ମାଁଙ୍କ ନାମରେ “ସୌଦାମିନୀ କେୟାର୍ସ” ସ୍ଵେଛାସେବୀ ସଂଗଠନ ପ୍ରତିଷ୍ଠା କରି ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ରବିବାର “ସୌଦାମିନୀ କେୟାର୍ସ” ପକ୍ଷରୁ ସଂଗଠନର ସଦସ୍ୟମାନଙ୍କ ସହ ସହରର ବିଭିନ୍ନ ସ୍ଥାନରେ ଥିବା ଅସହାୟଙ୍କୁ ଛତା ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଗଠନର ଉମାକାନ୍ତ ମିଶ୍ର, ସନ୍ତୋଷ ମହାନ୍ତି, ନିରୋଜ ପଟ୍ଟନାୟକ, କୋଶଲ ବିଶି, ସୁଧୀର ଦାଶ, ବିଶ୍ୱରଞ୍ଜନ ରଥ, ସୁଦୀପ୍ତ ତ୍ରିପାଠୀ, ସତ୍ୟମ ରାଓ, ସଞ୍ଜୟ ବଂଶଲ, ପଙ୍କଜ ଅଗ୍ରୱାଲ, ସୀତମ ସାଗର ବେଦବାଗ ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here