ସେଣ୍ଟଆନି ସ୍କୁଲ ଇକୋ କ୍ଲବ ପକ୍ଷରୁ ସଚେତନ ଶୋଭାଯାତ୍ରା

ଟିଟିଲାଗଡ଼,୦୮/୦୮(ଜେଏନଏସ),ଟିଟିଲାଗଡ ସେଣ୍ଟଆନି ସ୍କୁଲ ଇକୋ କ୍ଳବ ପକ୍ଷରୁ ଶୁକ୍ରବାର ନିଶା ନିବାରଣ ଓ ଯାନ୍ତ୍ରିକ ଉପକରଣ ବ୍ୟବହାର କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଇକୋକ୍ଳବ ସଭାପତି ପ୍ରଶାନ୍ତ ବେହେରା ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍କୁଲ ର ଛାତ୍ର ଛାତ୍ରୀ ଏକ ସଚେତନା ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିଥିଲେ।ସହର ର ପ୍ରମୁଖ ସ୍ଥାନ ମାନଙ୍କରେ ଛାତ୍ରଛାତ୍ରୀ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ମୋବାଇଲ ଫୋନ ବ୍ୟବହାର ରେ ଅଭ୍ୟସ୍ତ ନ ହେବା ଓ ନିଶା ସେବନ ରୁ ନିବୃତ୍ତ ରହିବା ନେଇ ସଚେତନ କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାର ଓ ବିଦ୍ୟାଳୟର ଅଧ୍ୟକ୍ଷା ସିଷ୍ଟର ଡ଼ ବୀଣା ଭର୍ଗିସ,ଉପାଧ୍ୟକ୍ଷା ଫ୍ରାନ୍ସସିସ୍କା ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଇକୋ କ୍ଳବ୍ ଉପସଭାପତି ମୁକେଶ ସାହୁ, କିରଣ ଦାସ, ଅଭିମନ୍ୟୁ ବେହେରା, ନିହାର ରଞ୍ଜନ ପାଢ଼ୀ, ପଙ୍କଜିନୀ ସାହୁ, ନିଶାରାଣୀ ତାଣ୍ଡି,ରାନୁ ସାହୁ,ମାରିଆ ଟିଯୋ, ସଞ୍ଜୀବ ମିଶ୍ର,ଗାୟତ୍ରୀ ମିଶ୍ର,ରୁମାନ ଖାନ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ସଚେତନତା ମୂଳକ କାର୍ଯ୍ୟକ୍ରମ କୁ ସହରର ବୁଦ୍ଧିଜୀବୀ ମହଲରେ ସ୍ଵାଗତ କରାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles