“ଏକ ପେଡ଼ ମା କେ ନାମ” କାର୍ଯ୍ୟକ୍ରମ ଅନୁଷ୍ଠିତ

0
92

ଟିଟିଲାଗଡ଼,୧୨/୦୭ (ଜେଏନ୍ଏସ୍), ୭୫ ତମ ବନମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ “ଏକ ପେଡ ମାଁ କେ ନାମ” ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସ୍ଥାନୀୟ ବିଧାୟକ ନବୀନ ଜୈନ, ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ,ବିଦ୍ୟାଳୟ ପରିଚାଳନା ସଭାପତି ଜ୍ୟୋତି ପ୍ରକାଶ ଗଡ଼ତ୍ୟା, ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣର ଆବଶ୍ୟକତା ଓ ଉପାଦେୟତା ସମ୍ଵନ୍ଧରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଜୈନ ପ୍ରଧାନ ମନ୍ତ୍ରୀଙ୍କ “ମାଁ ପାଇଁ ବୃକ୍ଷଟିଏ” ବନୀକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ସାରା ଦେଶରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଓ ଏଥିପ୍ରତି ସଚେତନତା ସୃଷ୍ଟି ହୋଇଥିବା ଉଲ୍ଲେଖ କରିଥିଲେ । ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ ସହରର ତାପମାତ୍ରା ନିୟନ୍ତ୍ରଣ ଓ ପରିବେଶ ସନ୍ତୁଳନ ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଛି ବୋଲି ଶ୍ରୀ ଜୈନ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ପରିସରରେ ଅତିଥିବୃନ୍ଦ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଦ୍ଵାରା ବୃକ୍ଷରୋପଣ କରାଯାଇଥିଲା । ଏଥିସହ ରୋପଣ କରାଯାଇଥିବା ଗଛର ଯତ୍ନ ନେବାକୁ ସ୍କୁଲ କତୃପକ୍ଷ ଓ ଛାତ୍ରଛାତ୍ରୀଙ୍କୁ ବିଧାୟକ ଶ୍ରୀ ଜୈନ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଗୀତା ଦାସ, ରୀମା ବାଣୁଆ, ଲକ୍ଷ୍ମୀ ବଗର୍ତ୍ତି ପ୍ରମୁଖଙ୍କ ସହ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here