ବିଜେପୁର ସ୍କୁଲ ରେ “ଏକ ପେଡ଼ ମା କେ ନାମ ସ୍ଵତନ୍ତ୍ର ବୃକ୍ଷ ରୋପଣ” କାର୍ଯ୍ୟକ୍ରମ

0
28

ଟିଟିଲାଗଡ,୧୭/୯(ଜେଏନଏସ),ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିଜେପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ”ଏକ ପେଡ ମା କେ ନାମ” ସ୍ଵତନ୍ତ୍ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନ୍ତୋଷ ମେହେର ଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୋପାଲ ସିଂ ସୁନା ଯୋଗଦେଇ ବୃକ୍ଷ ରୋପଣ କରିବା ସହ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ କିସମ ର ୭୫ ଟି ଚାରା ରୋପଣ କରାଯାଇଥିଲା।କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଦିଲ୍ଲୀପ କୁମାର ବେହେରା, ଅଜୁ ଜାନୀ, ଶିକ୍ଷୟିତ୍ରୀ ଅମିତା ନନ୍ଦ,ଜାସ୍ମିନ ଭୋଇ,ସବିତା ବେହେରା ପ୍ରମୁଖ ଙ୍କ ସହ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here