ଲାୟନ୍ସ କ୍ଲବ ପକ୍ଷରୁ “ଏକ ସାମ ଦେଶ କେ ନାମ” କାର୍ଯ୍ୟକ୍ରମ : ଦେଶ ପ୍ରେମରେ ବିଭୋର ହେଲେ ଦର୍ଶକ

0
127

ଟିଟିଲାଗଡ଼,୧୬/୦୮(ଜେଏନ୍ଏସ୍): ଦେଶ ସ୍ଵାଧୀନତାର ୭୮ବର୍ଷ ପାଳନ ଅବସରରେ ସ୍ଥାନୀୟ ଗୋବିନ୍ଦ ବାଟିକା ପରିସରରେ ଅଗ୍ରଣୀ ଅନୁଷ୍ଠାନ ଲାୟାନ୍ସ କ୍ଳବ୍ ପକ୍ଷରୁ “ଏକ ସାମ ଦେଶ କେ ନାମ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି, ଉପଜିଲ୍ଲାପାଳ ରେହାନ ଖତ୍ରୀ, ଗୋଳାବାରୁଦ କାରଖାନା କର୍ଣ୍ଣେଲ ଅମିତାଭ ରାଠି, ବୋଡ଼େନ ତହସିଲଦାର ସରିତା ଗୁପ୍ତା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଅନୁଷ୍ଠାନ ପକ୍ଷରୁ ସ୍ଵାଧୀନତା ଦିବସ ଅବସରରେ ସ୍ଥାନୀୟ ୧୮ଜଣ ଅବସରପ୍ରାପ୍ତ ଭାରତୀୟ ସେନାନୀଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ଲାୟନ ଶୈଳେଶ ଗୋୟଲ୍ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ସ୍ଥାନୀୟ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ଵାରା ଦେଶଭକ୍ତି ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଅନୁଷ୍ଠାନର ଡିଷ୍ଟିକ ଗଭର୍ଣ୍ଣର ପ୍ରଦୀପ ବଂଶଲ, ସମ୍ପାଦକ ମନୀଷ ଜନ, କୋଷାଧ୍ୟକ୍ଷ ରୋହିତ ଅଗ୍ରୱାଲ ସ୍ଵତନ୍ତ୍ର ଆମନ୍ତ୍ରିତ ଅତିଥି ଭାବରେ ଯୋଗଦେଇଥିଲେ । ପୂର୍ବତନ ଡିଷ୍ଟ୍ରିକ ଗଭର୍ଣର ଯମୁନା ପ୍ରସାଦ ଗୋୟଲ୍, ସ୍ଥାନୀୟ ଶାଖା ସଭାପତି ଗଙ୍ଗାଧର ଶର୍ମା, ସମ୍ପାଦକ ଏମ.ଡି ଆବାସ ଖାନ୍, ସମ୍ପାଦକ ସଜ୍ଜନ କମାନି, ପୂର୍ବତନ ସଭାପତି ସନ୍ତୋଷ ମହାନ୍ତି,ବରିଷ୍ଠ ସଭ୍ୟ ଈଶ୍ୱର ଜୈନ,ବିନ୍ଦୁ ସାହୁ,ଅସୀମ କୁଣ୍ଡୁ,ସଞ୍ଜୟ ନାୟକ ପ୍ରମୁଖଙ୍କ ସହ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ସଫଳ କରିବାରେ ସହାୟକ ହୋଇଥିଲେ । ସ୍ଵାଧୀନତା ଦିବସରେ ଅନୁଷ୍ଠିତ ଏହି ଦେଶ ଭକ୍ତି କାର୍ଯ୍ୟକ୍ରମ ସହରବାସୀ ଙ୍କ ଦ୍ଵାରା ବେଶ୍ ଆଦୃତ ହୋଇଥିବା ଦେଖାଯାଇଥିଲା । 

LEAVE A REPLY

Please enter your comment!
Please enter your name here