ଦୁଇ ପୌରଅଧିକାରୀଙ୍କ ନାଁ ରେ ବିଦ୍ୟୁତ ଚୋରି ଅଭିଯୋଗ

0
47

ଟିଟିଲାଗଡ଼,୧୬/୦୩/୨୦୨୫,(ଜେଏନ୍ଏସ୍) :ଟିଟିଲାଗଡ଼ ପୌରପରିଷଦର ପୂର୍ବତନ ପୌରଅଧିକାରୀ ଓ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିଦ୍ୟୁତ ଚୋରି କରୁଥିବା ନେଇ ଟାଟା ପାୱାର ଅଧିକାରୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ପୂର୍ବତନ ପୌରନିର୍ବାହୀ ଅଧିକାରୀ ଜୟସେନ ଧରୁଆ ସବରେଜିଷ୍ଟ୍ରାରଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ ବାସଭବନରେ ବେଆଇନ ଭାବରେ ରହିବା ସହ ବିଦ୍ୟୁତ୍ ସଂଯୋଗ କରିଥିଲେ । ସେହିପରି ପୌରପରିଷଦର କନିଷ୍ଠ ଯନ୍ତ୍ରୀ ସପନ ପାଲ ବେଆଇନ ଭାବରେ ପୂର୍ତ୍ତବିଭାଗର ସରକାରୀ ବାସଭବନରେ ରହିବା ସହ ବିଦ୍ୟୁତ ସଂଯୋଗ କରିଥିଲେ । ଗତ ଅକ୍ଟୋବର ୨୨ ତାରିଖରେ ଟାଟା ପାୱାରର ଭିଜିଲାନ୍ସ ବିଭାଗ ପକ୍ଷରୁ ଉଭୟ ଅଧିକାରୀଙ୍କୁ ଜରିମାନା କରାଯାଇଥିଲା ।ତେବେ ଉଭୟ ଅଧିକାରୀ ଏ ଯାଏ ଜରିମାନା ନ ଦେଇ ବିଦ୍ୟୁତ ବ୍ୟବହାର କରୁଥିଲେ । ଗତ ଶୁକ୍ରବାର ଟାଟା ପାୱାରର ନିର୍ବାହୀ ଯନ୍ତ୍ରୀ ବିନାୟକ ରାଉତ ନିଜେ ଟିମ ସହ ଯାଇ ସଂପୃକ୍ତ ଅଧିକାରୀଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଥିଲେ ।ଘଟଣାକୁ ନେଇ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ଅଧିକାରୀ ଦ୍ୱୟ ବିନା ଅନୁମତିରେ ଏହି ସରକାରୀ ବାସଭବନରେ ରହୁଥିବା ପ୍ରକାଶ କରିଥିଲେ । ତେବେ ସାଧାରଣ ଲୋକେ ନିୟମିତ ବିଦ୍ୟୁତ୍ ବିଲ ପୈଠ କରୁଥିବା ବେଳେ ସରକାରୀ ବାବୁମାନେ ବିଦ୍ୟୁତ୍ ଚୋରି କରୁଥିବା ନିନ୍ଦନୀୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । 

LEAVE A REPLY

Please enter your comment!
Please enter your name here