ଟିଟିଲାଗଡ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଅନୁଷ୍ଠିତ

0
59

ଟିଟିଲାଗଡ଼,୨୪/୦୭/୨୦୨୫(ଜେ.ଏନ୍.ଏସ୍.),ସ୍ଥାନୀୟ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଗୁରୁବାରୁ ସେନ୍ଦୁରିଆଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳା ଡିଗ୍ରୀ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମିନୀ ମୁଖ୍ୟଅତିଥି ଓ ସାମ୍ବାଦିକ ମନୋଜ ଶତପଥୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନବାଗତ ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷୟତ୍ରୀ ଲିଲି ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷ ଶ୍ରୀ ସେନ୍ଦୂରିଆ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ନବାଗତ ଛାତ୍ରୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି ତଥା ବିଦ୍ୟାଳୟର ମାର୍ଗଦର୍ଶିକା ଓ ସଂସାଧନ ସମ୍ଵନ୍ଧରେ ଅବଗତ କରାଇବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ମୁଖ୍ୟଅତିଥି ଶ୍ରୀ ସାମିନୀ ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ବେଳାଳସେନ ନାୟକ, ବବୁନ କୁମାର ସାହୁ, ଅଙ୍କିତା ମେହେର, ଲିପସା ଆଚାରୀ, ଅନନ୍ତ ବିଶ୍ଵାଳ, ଥବିର ସାହୁ, ଅବଳ ମାଝୀ, ମନୀଷ ଦୀପ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ଶିକ୍ଷକ ଜଗନ୍ନାଥ ପିଡିକାକା ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । 

LEAVE A REPLY

Please enter your comment!
Please enter your name here