ଟିଟିଲାଗଡ଼ରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ

0
198

ଟିଟିଲାଗଡ଼,୦୧/୧୦,(ଜେଏନ୍ଏସ୍ ),ସ୍ଥାନୀୟ କୁମୁଡ଼ା ପାହାଡ଼ ବନବିଭାଗର ପାର୍କ ପରିସରରେ ମଙ୍ଗଳବାର ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି, ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ, ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପରିବେଶ ସୁରକ୍ଷାର ଆବଶ୍ୟକତା ସମ୍ଵନ୍ଧରେ ଉଲ୍ଲେଖ କରିଥିଲେ । ରାଜ୍ୟରେ ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ ସହରର ପାରଦ ବୃଦ୍ଧିରେ ନିୟନ୍ତ୍ରଣ ଏବଂ ପରିବେଶ ସନ୍ତୁଳନ ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଛି । ସହରବାସୀ ଏଥିପ୍ରତି ସଚେତନ ନ ହେଲେ ଆଗାମୀ ଦିନରେ ଏହା ବାସଉପଯୋଗୀ ହୋଇପାରିବ ନାହିଁ । ବର୍ତ୍ତମାନ ସ୍ଥିତିରେ ସୁସ୍ଥ ଜୀବନଯାପନ ପାଇଁ ସୁସ୍ଥ ପରିବେଶର ଆବଶ୍ୟକତା ରହିଛି । ଏଥିପାଇଁ ବ୍ୟାପକ ଜନ ସଚେତନତାର ଆବଶ୍ୟକ ଥିବା ମୁଖ୍ୟଅତିଥି ବିଧାୟକ ନବୀନ ଜୈନ ପ୍ରକାଶ କରିଛନ୍ତି । ପରିବେଶ ସନ୍ତୁଳନ ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ଥିବା ଏବଂ ଏଥିପାଇଁ ଆମେ ପରବର୍ତ୍ତୀ ପିଢ଼ି ପାଇଁ ଉତ୍ତରଦାୟୀ ଥିବା ମୁଖ୍ୟଅତିଥି ଶ୍ରୀ ଜୈନ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଶ୍ରୀମତି ଜୈନ ପରିବେଶ ସୁରକ୍ଷା ପାଇଁ  ସଚେତନ ହେବା ସହ ଆଗେଇ ଆସିବାକୁ ସହରବାସୀଙ୍କୁ ଆହ୍ଵାନ ଦେଇଥିଲେ । କ୍ରମାଗତ ବୃଦ୍ଧି ପାଉଥିବା ଟିଟିଲାଗଡ଼ ସହରର ତାପମାତ୍ରା ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ସହରବାସୀ ଚିନ୍ତା କରିବାର ଆବଶ୍ୟକ ଥିବା ଏବଂ ସହରର ସାମାଜିକ ଅନୁଷ୍ଠାନ ଏ ଦିଗରେ କାର୍ଯ୍ୟକ୍ରମ କରିବାର ଆବଶ୍ୟକତା ଥିବା ପୂର୍ବତନ ନଗରପାଳ ଶ୍ରୀ ଦାସ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ବନପାଳ ରଞ୍ଜିତ ସିଂ ଦେଓ, ପ୍ରିୟଙ୍କା ପୋଢ୍, ସଞ୍ଜୟ ମିଶ୍ର, ଈଶ୍ୱର ଚନ୍ଦ୍ର ଜୈନ, ସୁବୋଧ ଦାସ, ପବିତ୍ର ସାହୁ, ଶ୍ରୀପତି ସାହୁ, ଭକ୍ତ ପୁରୋହିତ, ଉପେନ୍ଦ୍ର ବାଗ, ସୁଧୀର ଘଡେ଼ଇ, ସଞ୍ଜୟ ତ୍ରିପାଠୀ, ଖ୍ୱାଜ୍ ମହମ୍ମଦ, ସନ୍ତୋଷ କେଜ୍ରିୱାଲ, ଅଙ୍କୁର ଅଗ୍ରୱାଲ, ଗୀତା ଦାସ, ସଞ୍ଜୟ ଅଗସ୍ଥି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here