ଟିଟିଲାଗଡ଼ରେ ପରିବେଶ ସଚେତନତା କାର୍ଯ୍ୟକ୍ରମ

0
50

ଟିଟିଲାଗଡ଼,୧୬/୦୭/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ଖଜୁରିପଡ଼ା ଠାରେ ମଙ୍ଗଳବାର ଅପରାହ୍ଣରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି,  ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧି, ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ, ଜୀବନବୀମା ନିଗମ ଶାଖା ପରିଚାଳକ କେଶବ ବେରିଆ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସୁରକ୍ଷିତ ପରିବେଶ ପାଇଁ ସଚେତନ କରିଥିଲେ ।ମୁଖ୍ୟଅତିଥି ବିଧାୟକ ଶ୍ରୀ ଜୈନ ଜଳବାୟୁ ପରିବର୍ତ୍ତନକୁ ସନ୍ତୁଳନ କରିବାକୁ ଜନଜାଗରଣର ଆବଶ୍ୟକତା ଥିବା ଉଲ୍ଲେଖ କରିଥଲେ । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରକୃତି ମନୁଷ୍ୟର ସମସ୍ତ ଆବଶ୍ୟକତା ପୂରଣ କରିଥିବାବେଳେ ବର୍ତ୍ତମାନ ପ୍ରକୃତିର ଋଣ ସୁଝିବାର ସମୟ ଆସିଛି । ଆଗାମୀ ପିଢ଼ି ପାଇଁ ଏହା ଆମର ଉତ୍ତରଦାୟିତ୍ଵ ବୋଲି ଶ୍ରୀ ଜୈନ କହିଥିଲେ । ଦେଶର ଏକ ଉତ୍ତପ୍ତ ସହର ଭାବରେ ପରିଚିତ ଟିଟିଲାଗଡ଼ ସହରର ତାପମାତ୍ରା ନିୟନ୍ତ୍ରଣ ଓ ପରିବେଶ ସନ୍ତୁଳନ ପାଇଁ ବ୍ୟାପକ ବୃକ୍ଷରୋପଣ, ଜଳ ସଂରକ୍ଷଣ ଓ ପ୍ଲାଷ୍ଟିକ ବର୍ଜନର ଆବଶ୍ୟକତା ଥିବା ବିଧାୟକ ଶ୍ରେ ଜୈନ କହିଥିଲେ । ସେହିପରି ସମ୍ମାନିତ ଅତିଥି ବନାଞ୍ଚଳ ଅଧିକାରୀ ଶ୍ରୀ ସୁବୁଦ୍ଧି ଲଣ୍ଡା ପାହାଡ଼ ପରିବେଷିତ ଟିଟିଲାଗଡ଼ ସହରକୁ ସବୁଜ ସୁନ୍ଦର କରିବାକୁ ବନବିଭାଗର ପ୍ରୟାସ ଜାରି ରହିଛି । ସହରର ସାମାଜିକ ଅନୁଷ୍ଠାନଗୁଡ଼ିକ ଏଥିରେ ସହଭାଗୀ ହେବାକୁ ନିବେଦନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀ ବେରିଆ ଜଳବାୟୁ ପରିବର୍ତ୍ତନ ସ୍ଥିତିକୁ ନେଇ ସାମୁହିକ ଚେତନାର ଆବଶ୍ୟକତା ରହିଛି ଏବଂ ଚଳିତ ବର୍ଷ ନିଗମ ପକ୍ଷରୁ ଟିଟିଲାଗଡ଼ ଶାଖା ଅନ୍ତର୍ଗତ ୫ ଶହ ଗଛ ଲଗାଯିବାକୁ ଲକ୍ଷ୍ୟ ଥିବା କହିଛନ୍ତି । କାର୍ଯ୍ୟକ୍ରମରେ ସାମ୍ବାଦିକ ଶିବପ୍ରସାଦ ପରିଡା, ମନୋଜ ଶତପଥୀ, ଦୀପକ ସମାଜଦାର, ଲାୟଂସ କ୍ଲବ ସଭାପତି ସଞ୍ଜୟ ସୋନି, ଆବାସ ଖାନ, ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ୍, ପ୍ରକୃତି ଫାଉଣ୍ଡେସନ ଅଧ୍ୟକ୍ଷା ସାରଦା ରାଓ, ମା’ ମାଟି ସେବା ସମିତି ସଭାପତି ଲକ୍ଷ୍ମୀ ବଗର୍ତ୍ତି, ଗୀତାଞ୍ଜଳି ଦାସ, ଶୋଭାଗିନି ପ୍ରଧାନ, ସଞ୍ଜୟ ଅଗସ୍ତି, କୃପାସିନ୍ଧୁ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here