ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣର ଶୁଭାରମ୍ଭ କରି ସମାଜର ସବୁବର୍ଗର ଲୋକେ ପରିବେଶ ସୁରକ୍ଷା ପାଇଁ ସଚେତନ ହେଲେ ବଲାଙ୍ଗିରକୁ ସବୁଜ ଓ ସୁନ୍ଦର ସହର ଭାବରେ ତୋଳିହେବ ବୋଲି କହିଥିଲେ । ଏହି ଅବସରରେ ‘ସାଗୁଆ ବଲାଙ୍ଗିର’ ଗ୍ରୁପର ପ୍ରଦୀପ ମହାନ୍ତି, ଅରୁଣ ମିଶ୍ର, ଜୟପ୍ରକାଶ ପୁରୋହିତ, କୁଳମଣୀ ସାହୁ ପ୍ରମୁଖ ବୃକ୍ଷରୋପଣ ବିଷୟରେ ଛାତ୍ରଛାତ୍ରୀଙ୍କୁ ତାଲିମ ମଧ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ‘ସାଗୁଆ ବଲାଙ୍ଗିର’ ଗ୍ରୁପର ଉଦ୍ୟୋକ୍ତା ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ, ଡ. ପୁଷ୍ପରଂଜନ ମିଶ୍ର, ଡ. ଅରତୀ ପଣ୍ଡା, ହେମନ୍ତ ପଣ୍ଡା, ବଲାଙ୍ଗିର ଜଳସେଚନ ବିଭାଗର ଅଧିକ୍ଷଣଯନ୍ତ୍ରୀ ଇଂ.ସୁରେନ୍ଦ୍ର ଭୋଇ, ସଦରବ୍ଲକର ଏବିଡିଓ ରାମଦତ୍ତ ଭୋଇ, ସାତ୍ୟନାରାୟଣ ମିଶ୍ର, ରବିନାରାୟଣ ପୂଜାହାରୀ, ସ୍ମାଇଲ ଫର ଅଲ ସଂଗଠନର ସଂଜୀବ ସାହୁ, ପ୍ରକାଶ ନେପାକ, ରାଜେଶ ଝାଙ୍କର, ଚଞ୍ଚଳ ମିଶ୍ର, ପ୍ରକାଶ ପ୍ରଧାନ, ହରିବନ୍ଧୁ ସା, ଅମରଜିତ ପଣ୍ଡା, ନାରୀଶକ୍ତି ଫାଉଣ୍ଡେସନର ନୂତନ ଦାସ, ସ୍ୱେଚ୍ଛାସେବୀ ମିନାକ୍ଷୀ ପୁରୋହିତ ପ୍ରମୁଖଙ୍କ ସମେତ ସତାଧିକ ବୁଦ୍ଧିଜୀବି ସାମିଲ ହୋଇଥିଲେ । ପ୍ରକାଶ ଯେ, ପରିବେଶ ଅସନ୍ତୁଳନ ହେଉଥିବାରୁ ବର୍ଷର ଦୁଇ ତୃତୀୟାଂଶ ସମୟରେ କେବଳ ଗରମ ଅନୁଭୁତ ହେଉଛି । ଗ୍ରୀଷ୍ଣଦିନରେ ବଲାଙ୍ଗିର ତାପମାତ୍ରା ୪୮ଡିଗ୍ରୀରୁ ୫୦ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଉଛି । ଏପଟେ ରାସ୍ତା ପ୍ରସସ୍ତିକରଣ ଓ ଅନ୍ୟାନ୍ୟ ଉନ୍ନୟନ କାମରେ କଂକ୍ରିଟ କାମ ଯୋଗୁଁ ତାପମାତ୍ରା ବହୁପାରମାଣରେ ବଢିଯାଉଛି । ଖରାଦିନେ ଜନଜୀବନ ଦୁର୍ବିସହ ହୋଇପଡୁଛି । ତେଣୁ ଏହାକୁ ପ୍ରତିହତ କରିବାକୁ ବଲାଙ୍ଗିରର ବିଭିନ୍ନ ସଂଗଠନ ମିଳିତ ଭାବରେ ‘ସାଗୁଆ ବଲାଙ୍ଗିର’ ଗ୍ରୁପ ଜରିଆରେ ବ୍ୟାପକ ବୃକ୍ଷରୋପଣ କରିବାକୁ ପଦକ୍ଷେପ ନେଉଛନ୍ତି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିରର ସ୍ୱେଚ୍ଛସେବୀ ଅନୁଷ୍ଠାନ, ସାମ୍ବାଦିକ, ନାରୀସଂଗଠନ ଓ ବୁଦ୍ଧିଜୀବିମାନେ ସାମିଲ ଅଛନ୍ତି । ଏଣିକି ପ୍ରତିବର୍ଷ ସହରର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇ ବଲାଙ୍ଗିର ସହରକୁ ସବୁଜ ସହରରେ ପରିଣତ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ଉଦ୍ୟୋକ୍ତା ଅରୂଣ ମିଶ୍ର ଏବଂ ଜୟପ୍ରକାଶ ପୁରୋହିତ କହିଛନ୍ତି । Important: Unauthorized Copying Prohibited
This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.
For permissions or inquiries, please contact us directly.