ପ୍ରାଥମିକ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଉଦଘାଟିତ

ଟିଟିଲାଗଡ,୩/୧୨(ଜେଏନଏସ),ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମାଥନପଲା ଠାରେ ପ୍ରାଥମିକ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି।ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହା ମୁଖ୍ୟଅତିଥି,ଟିଟିଲାଗଡ କୃଷି ଅଧିକାରୀ ଧବଳେଶ୍ଵର ପ୍ରଧାନ,ଅତିରିକ୍ତ କୃଷି ଅଧିକାରୀ ଦେବପ୍ରିୟ ପ୍ରଧାନ, ରିତିକ ବରନ ରାୟ,ଆଶା ଅନୁଷ୍ଠାନ ର ସମ୍ପାଦକ ସଞ୍ଜୀବ ପଟ୍ଟନାୟକ,ଜାଡେନ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଅଧ୍ୟକ୍ଷା ମଧୁମିତା ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଚାଷୀ ଓ ସ୍ଵୟଂ ସହାୟିକା ଗୋଷ୍ଠୀ ଙ୍କୁ ଉତ୍ସାହିତ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ପ୍ରାଥମିକ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର କୁ ଉଦଘାଟନ କରିଥିଲେ।ଏହାଦ୍ବାରା ସ୍ଥାନୀୟ କୃଷକ ଙ୍କ ଉତ୍ପାଦିତ ତୈଳ ତଥା ଡାଲି ଜାତୀୟ ଶସ୍ୟ ସ୍ୱଳ୍ପ ଖର୍ଚ୍ଚ ବିନିମୟ ରେ ଅଧିକ ଲାଭ ପ୍ରଦାନ କରିବାରେ ସହାୟକ ହେବ ବୋଲି ଅତିଥି ବୃନ୍ଦ ଉଲ୍ଲେଖ କରିଥିଲେ।ଚାଷୀ ଙ୍କ ଉନ୍ନତି ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଅତିଥିବୃନ୍ଦ ପ୍ରତିଶୁତି ଦେଇଥିଲେ।କାର୍ଯ୍ୟକ୍ରମ ରେ ସମ୍ବଳ ଶକ୍ତି ପ୍ରଡ୍ୟୁସର କମ୍ପାନୀ ର ନିର୍ଦ୍ଦେଶକ କାଳିନ୍ଦ୍ରି ରଣା,ଆଶା ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରବୀର ପ୍ରଧାନ,ବିନୟ ମହାପାତ୍ର,ଲକ୍ଷ୍ମୀରାଜ ସାହୁ ,ସରୋଜ ସାହୁ, ଅମିତ ବାଗ,ଦୁଷ୍ମନ୍ତ ସାହୁ,ବିରଞ୍ଚି କୁମ୍ଭାର,ସୁବ୍ରତ ବାଗ,ରୋହିତ ଝାଙ୍କର,ମଣ୍ଟୋଷ ଷଡ଼ଙ୍ଗୀ ପ୍ରମୁଖ ଙ୍କ ସହ ସ୍ଥାନୀୟ ଚାଷୀ ଓ ସ୍ଵଂୟ ସହାୟିକା ଗୋଷ୍ଠୀ ସଦସ୍ୟା ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles