ସୋନପୁର ଜିଲ୍ଲାପାଳ ଙ୍କ ନା ରେ ଫେକ୍ ଆଇଡି କରି ଠକେଇ ଉଦ୍ୟମ

ଟିଟିଲାଗଡ଼,୨୦/୧(ଜେଏନଏସ),ସୋନପୁର ଜିଲ୍ଲାପାଳ ଶ୍ରୀ ନୃପରାଜ ସାହୁ ଙ୍କ ନାମରେ ସୋସିଆଲ ମିଡ଼ିଆ ତଥା ଫେସ ବୁକ ରେ ଆକାଉଣ୍ଟ ଖୋଲି ଲୋକଙ୍କୁ ବିଭିନ୍ନ ଆଳ ରେ ଟଙ୍କା ମଗା ଯାଉଥିବା ନେଇ ଅଭିଯୋଗ ହୋଇଛି। ଟିଟିଲାଗଡ଼ ସହର ପୂର୍ବରୁ ଜିଲ୍ଲାପାଳ ଶ୍ରୀ ସାହୁ ଙ୍କ କର୍ମଭୂମି ରହିଥିବାଯୋଗୁଁ ସହରର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଙ୍କ ସହ ତାଙ୍କ ସୋସିଆଲ ମିଡ଼ିଆ ରେ ସମ୍ପର୍କ ରହିଛି।ଏହାର ସୁଯୋଗ ନେଇ ନିଜକୁ ସିଆରପିଏଫ ଅଫିସର ସନ୍ତୋଷ କୁମାର ପରିଚୟ ଦେଇ ଜଣେ ବ୍ୟକ୍ତି ଟିଟିଲାଗଡ ସହରର ବିଭିନ୍ନ ବ୍ୟକ୍ତି ଙ୍କୁ ଅଭିନବ ଉପାୟରେ ଟଙ୍କା ପଠେଇବାକୁ କହୁଥିବା ଅଭିଯୋଗ ହୋଇଛି।ମଙ୍ଗଳବାର ରାଜ୍ୟସଭା ସାଂସଦ ଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ ଙ୍କୁ ଜିଲ୍ଲାପାଳ ଶ୍ରୀ ସାହୁ ଙ୍କ ନାମରେ ଏକ ଫୋନ୍ କଲ ଆସିବା ସହ ସିଆରପିଏଫ ରେ ଥିବା ତାଙ୍କ ଜଣେ ବନ୍ଧୁ ଙ୍କ ବଦଳି ହୋଇଥିବା ଯୋଗୁଁ ସେ କିଛି ଆସବାବପତ୍ର ବିକ୍ରୟ ପାଇଁ ଚାହୁଁଥିବା ଜଣାଇଥିଲେ।କିଛି ସମୟ ପରେ ସିଆରପିଏଫ ଅଫିସର ସନ୍ତୋଷ କୁମାର ନାମରେ ଶ୍ରୀ ଅଗ୍ରୱାଲ ଙ୍କୁ ଏକ କଲ ଆସିଥିଲା।ସେ ନିଜକୁ ଜିଲ୍ଲାପାଳ ଙ୍କ ବନ୍ଧୁ ଦର୍ଶାଇ ଶ୍ରୀ ଅଗ୍ରୱାଲ ଙ୍କୁ ସଂପୃକ୍ତ ଜିନିଷ ୮୫ ହଜାର ଟଙ୍କା ରେ କିଣିବାକୁ କହି ଏକ ଲିଙ୍କ ଯୋଗେ ଟଙ୍କା ପଠାଇବାକୁ କହିଥିଲେ।ଘଟଣା କୁ ନେଇ ଶ୍ରୀ ଅଗ୍ରୱାଲ ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧନୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଏହାକୁ ନେଇ ଜିଲ୍ଲାପାଳ ଶ୍ରୀ ସାହୁ ଙ୍କୁ ଯୋଗାଯୋଗ କରାଯିବାରୁ ସେ କିଛି ଅସାଧୁ ବ୍ୟକ୍ତି ତାଙ୍କ ନାମ ବ୍ୟବହାର କରି ବାରମ୍ବାର ଏପରି କରୁଥିବା କହିବା ସହ ଜନସାଧାରଣ ଙ୍କୁ ସଚେତନ ହେବାକୁ ଓ ଠକାମୀ ର ଶିକାର ନ ହେବାକୁ ଅନୁରୋଧ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles