ସାହିତ୍ୟ ସଂସ୍କୃତି ପକ୍ଷରୁ ଫକୀର ମୋହନ ଜୟନ୍ତୀ ପାଳିତ ।

0
51

ଟିଟିଲାଗଡ଼,୧୫/୦୧/୨୦୨୫,(ଜେଏନ୍ଏସ୍),ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ  ସାହିତ୍ୟ ସଂସ୍କୃତି  ଅନୁଷ୍ଠାନ ପକ୍ଷରୁ ମକର ମିଳନ ଓ ବ୍ୟାସ କବି ଫକୀର ମୋହନ ଜୟନ୍ତୀ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଜ୍ୟୋତିପ୍ରକାଶ ଗଡ଼ତ୍ୟାଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ପଣ୍ଡା ମୁଖ୍ୟଅତିଥି, ପ୍ରଧାନ ଶିକ୍ଷକ ବ୍ରହ୍ମାନନ୍ଦ ପୁହାଣ ସମ୍ମାନିତ ଅତିଥି ଓ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ଡକ୍ଟର ଅଖିଳ ବିଶ୍ଵାଳ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ ।

ଏହି ଅବସରରେ ସେବକ ଚରଣ ଦାସଙ୍କ ପୁସ୍ତକ “ଲୋଟସ ପେଟାଲ” ଏବଂ ନଟବର ସ୍ୱାଇଁଙ୍କ “ନାଏବ ସରପଞ୍ଚ ” ପୁସ୍ତକ ଅତିଥିଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା ।କାର୍ଯ୍ୟକ୍ରମରେ କେନ୍ଦ୍ର ବାଲ୍ ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ଶିଶୁ ସାହିତ୍ୟିକ ଡକ୍ଟର ଯୁଗଳ କିଶୋର ଷଡଙ୍ଗୀ, ଅନୁଷ୍ଠାନର ସଦସ୍ୟ ଈଶ୍ୱର ଜୈନ, ସତ୍ୟବ୍ରତ ପଣ୍ଡା, ବନମାଳୀ ଦାସ, ଭିକାରୀ ମିଶ୍ର, ଅକ୍ଷୟ ବେହେରା ପ୍ରମୁଖଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here