କୃଷକ କମ୍ପାନୀ ଦ୍ଵାରା ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କୁ ଭବ୍ୟ ସମ୍ବର୍ଦ୍ଧନା

0
68

ଟିଟିଲାଗଡ,୦୮/୦୭ (ଜେଏନ୍ଏସ୍), ଟିଟିଲାଗଡ଼ ଦେସିଲ ସ୍ଥିତ ଆଶା କାର୍ଯ୍ୟାଳୟ ପରିସରରେ କୃଷକ ଉତ୍ପାଦକ କମ୍ପାନୀ ଲିଃ. ଓ ଆଶା ଅନୁଷ୍ଠାନ ଦିବ୍ୟାଙ୍ଗ ସଂଗଠନ ପକ୍ଷରୁ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ବିଧାୟକ ଶ୍ରୀ ଜୈନ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରିବା ସହ ବୃକ୍ଷ ରୋପଣ ର ଆବଶ୍ୟକତା ଓ ଉପାଦେୟତା ବିଷୟରେ ଉପସ୍ଥିତ ଚାଷୀଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ସଂପୃକ୍ତ ଅନୁଷ୍ଠାନ ତଥା ଚାଷୀଙ୍କ ଦକ୍ଷତା ଓ ଆୟ ବୃଦ୍ଧି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବିଧାୟକଙ୍କୁ ଅନୁରୋଧ କରାଯାଇଥିଲା । ବିଧାୟକ ଶ୍ରୀ ଜୈନ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ପ୍ରତିଶୁତି ଦେଇଥିଲେ । କାର୍ଯ୍ୟକ୍ରମରେ ଆଶା ଅନୁଷ୍ଠାନର ସମ୍ପାଦକ ସଂଜୀବ କୁମାର ପଟ୍ଟନାୟକ, ସମ୍ବଲଶକ୍ତି ପ୍ରଡ୍ୟୁସର କମ୍ପାନୀର ସି.ଇ.ଓ ଶ୍ରୀଯୁକ୍ତ ପରମେଶ୍ଵର ରଣା, କୃଷକ ଉନ୍ନୟନ ପ୍ରଡ୍ୟୁସର କମ୍ପାନୀର ସି.ଇ.ଓ ମାୟାଧର ଗଡ଼ତିଆ, ଜାଡେନ ଫାର୍ମର ପ୍ରଡ୍ୟୁସର କମ୍ପାନୀର ଚ୍ୟାରମେନ ମଧୁମିତା ପଟ୍ଟନାୟକ, ଟିଟିଲାଗଡ଼ ଫାର୍ମର ପ୍ରଡ୍ୟୁସର କମ୍ପାନୀର ଚ୍ୟାରମେନ୍ ଯୁଗେଶ୍ଵର କଟା ଏବଂ ଦିବ୍ୟାଙ୍ଗ ସଂଗଠନର ରାଜେନ୍ଦ୍ର ସାହୁ ପ୍ରମୁଖଙ୍କ ସହ ଗୁପ୍ତେଶ୍ଵର ମାଝି, ବିନୟ ମହାପାତ୍ର, ବେଲାରସନ ସାହୁ, ଶମ୍ଭୁ ବେନିଆ, କାଲିନ୍ଦ୍ରି ରଣା, ଲକ୍ଷ୍ମୀରାଜ ସାହୁ, ପାୟଲ ବାଗ, ସରୋଜ ସାହୁ, ଗୋଲାପ ନାୟକ, ପୀତାମ୍ବର କୁମ୍ଭାର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here