ନାଗରିକ ମଞ୍ଚ ଓ ବଣିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ସଭା

0
64

ଟିଟିଲାଗଡ଼,୦୪/୦୭ (ଜେଏନ୍ଏସ୍),  ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ବଣିକ ସଂଘ ଓ ନାଗରିକ ମଞ୍ଚ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ମୁଖ୍ୟ ଅତିଥି ସ୍ଥାନୀୟ ନବ ନିର୍ବାଚିତ ବିଧାୟକ ନବୀନ ଜୈନଙ୍କ ସହ ବଣିକସଂଘ ସଭାପତି ଶମ୍ଭୁ ଗୋୟଲ୍, ସମ୍ପାଦକ ସଞ୍ଜୟ ସୋନି, ନାଗରିକ ମଞ୍ଚ ସଭାପତି ରାଧାକାନ୍ତ ପାଢ଼ୀ, ସାଙ୍ଗଠନିକ ସମ୍ପାଦକ ମନୋଜ ହାତୀ ପ୍ରମୁଖ ମଞ୍ଚାସିନ ଥିଲେ । ମୁଖ୍ୟ ଅତିଥି ବିଧାୟକ ନବୀନ ଜୈନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶ୍ରୀ ଜୈନଙ୍କୁ ବିପୁଳ ସଂଖ୍ୟାରେ ଅଞ୍ଚଳବାସୀ  ଆଶୀର୍ବାଦ ଦେଇ ବିଜୟୀ କରିଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ । ଅଞ୍ଚଳର ବିକାଶକୁ ପ୍ରାଥମିକତାଦେଇ ଆଗକୁ କାର୍ଯ୍ୟ କରିବାକୁ ଶ୍ରୀ ଜୈନ ପ୍ରକାଶ କରିଥିଲେ । ଏହି ଅବସରରେ ସ୍ଥାନୀୟ ଲାୟନ୍ସ କ୍ଲବ, ରୋଟାରୀ କ୍ଳବ୍, କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ, କ୍ଲଥ ମାର୍ଚେଣ୍ଟ, ଅଗ୍ରୱାଲ ସେବା ସମିତି, ଉତ୍କଳ ମାରୱାଡ଼ି ପ୍ରାଦେଶିକ ସମ୍ମେଳନ, ସରକାରୀ ବାଳକ ହାଇ ସ୍କୁଲ ୧୯୮୯ ମେଟ୍ରିକ୍ ବ୍ୟାଚ୍ ପ୍ରମୁଖ ସଂଗଠନ ପକ୍ଷରୁ ମଧ୍ୟ ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ, ହରିଶ ରାୟଠାତା, ଦୀପକ ସମାଜଦାର, ଇଶ୍ଵର ଜୈନ, ପ୍ରମୋଦ ପାଲ, ମୋହନ ଲାଲ ଜୈନ, ବିନୋଦ ମରୋଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here