ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନବନିର୍ବାଚିତ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା

0
66

ବଲାଙ୍ଗିର,୨୮/୬ (ଜେଏନଏସ), ଦଳମତ ନିର୍ବିଶେଷରେ ଆମେ ସମସ୍ତେ ଜିଲ୍ଲାର ବିକାଶ ପାଇଁ କାର୍ଯ୍ୟ କରିବା, ଶିକ୍ଷା, କୃଷି, ସ୍ୱାସ୍ଥ୍ୟ ଓ ଜଳସେଚନ କ୍ଷେତ୍ରରେ ବଲାଙ୍ଗିରକୁ ଏକ ନମ୍ଵର ଜିଲ୍ଲା ଭାବରେ ପରିଣତ କରିବା । ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ଏହି କଥାକୁ ଦୋହରାଇ ଥିଲେ ବଲାଙ୍ଗିର ଜିଲ୍ଲାର ନବନିର୍ବାଚିତ ବିଧାୟକମାନେ । ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନ ଠାରେ ଆଜି ସଂଧ୍ୟାରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ବଲାଙ୍ଗିର ଜିଲ୍ଲାର ନବନିର୍ବାଚିତ ବିଧାୟକ ଓ ମନ୍ତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ସାମ୍ବାଦିକ ସଂଘର ସଭାପତି ଶିବ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାକୁ ବରିଷ୍ଠ ସାମ୍ବାଦିକ ସତ୍ୟସୁନ୍ଦର ଭଞ୍ଜ ସଂଯୋଜନା କରିଥିଲେ । ଲୋଇସିଂହା ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ, ଟିଟିଲାଗଡ଼ ବିଧାୟକ ନବୀନ ଚନ୍ଦ୍ର ଜୈନ ଓ  କଂଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମୋମେଣ୍ଟୋ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ପାଟଣାଗଡ଼ ବିଧାୟକ  ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂଦେଓ  ଦଳୀୟ କାମରେ ଦିଲ୍ଲୀ  ଯାଇଥିବାରୁ ସେମାନେ ସମ୍ବର୍ଦ୍ଧନା ସଭାରେ ଅନୁପସ୍ଥିତ ଥିଲେ । ସଭା ଶେଷରେ ସଂଘର ସଂପାଦକ ଶିଶୀରକାନ୍ତ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ବଲାଙ୍ଗିର ଜିଲ୍ଲାର ବହୁ ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ଓ ସାଧାରଣ ନାଗରିକ ଯୋଗ ଦେଇଥିଲେ । 

LEAVE A REPLY

Please enter your comment!
Please enter your name here