ବିଜେଡି ପ୍ରାର୍ଥୀଙ୍କ ମିଥ୍ୟା ସତ୍ୟପାଠ ଘଟଣା | ଟିଟିଲାଗଡ ନିର୍ବାଚନ ଅଧିକାରୀଙ୍କ ଠାରେ ଅଭିଯୋଗ କଲେ ସ୍ଵାଧୀନ ପ୍ରାର୍ଥୀ

0
86

ଟିଟିଲାଗଡ଼,୧୭/୫ (ଜେଏନ୍ଏସ୍), ଟିଟିଲାଗଡ଼ ବିଜେଡି ବିଧାୟିକା ପ୍ରାର୍ଥୀ ଟୁକୁନି ପ୍ରାର୍ଥୀ ପତ୍ର ଦାଖଲ ସମୟରେ ମିଥ୍ୟା ସତ୍ୟପାଠ ଦେଇଥିବା ନେଇ ଅଭିଯୋଗ ହୋଇଛି।ସ୍ଵାଧୀନ ବିଧାୟକ ପ୍ରାର୍ଥୀ ସତ୍ୟ ନାରାୟଣ ବହିଦାର ଘଟଣା କୁ ନେଇ କିଛିଦିନ ପୂର୍ବରୁ ସ୍ଥାନୀୟ ଧର୍ମଶାଳା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଭିଯୋଗ କରିଥିଲେ।ଶୁକ୍ରବାର ଟିଟିଲାଗଡ ନିର୍ବାଚନ ଅଧିକାରୀ ଙ୍କ ଠାରେ ସେ ପୁନର୍ବାର ଅଭିଯୋଗ ଦାଖଲ କରିଥିବା ସୂଚନା ମିଳିଛି । 

ଅଭିଯୋଗ ଅନୁଯାୟୀ ଶ୍ରୀମତି ସାହୁ ପ୍ରାର୍ଥୀପତ୍ର ଦାଖଲ ସମୟରେ ନିଜ ଆୟ ର ସ୍ରୋତ କ୍ୟାବିନେଟ ମନ୍ତ୍ରୀ ଭାବରେ ଉଲ୍ଲେଖ ନ କରି ବିଧାୟିକା ଭାବରେ ଉଲ୍ଲେଖ କରିଥିବା ଏବଂ ସେ ବିଜେଡି ର ଜିଲ୍ଲା ସଭାପତି ଥିବା ବେଳେ ତାହା ଉଲ୍ଲେଖ କରି ନଥିବା ଅଭିଯୋଗ ହୋଇଛି।ବିଧାୟକ ଓ କ୍ୟାବିନେଟ ମନ୍ତ୍ରୀ ଙ୍କ ଆୟ ମଧରେ ତାରତମ୍ୟ ରହୁଥିବା ବେଳେ ଶ୍ରୀମତି ସାହୁ ମନ୍ତ୍ରୀ ଥାଇ ବିଧାୟକ ଭାବରେ ତାଙ୍କ ଆୟ ଉଲ୍ଲେଖ କରିଛନ୍ତି। ଶ୍ରୀ ବହିଦାର ଘଟଣା କୁ ନେଇ ନିର୍ବାଚନ ଅଧିକାରୀ ଙ୍କ ଠାରେ ଅଭିଯୋଗ କରିବା ପରେ ଉଚ୍ଚତମ ନ୍ୟାୟାଳୟ ର ମଧ୍ୟ ଆଶ୍ରୟ ନେବେ ବୋଲି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here