ଟିଟିଲାଗଡ,୧୫/୨(ଜେଏନଏସ), ସ୍ଥାନୀୟ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ତ୍ରୀ ଦିବସୀୟ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି।ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଙ୍କ ପୌରହିତ୍ୟ ରେ ଆୟୋଜିତ ଉଦଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି,ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ,ସାଂସଦ ଙ୍କ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ,ରାଇଟ କଲେଜ ଅଧ୍ୟକ୍ଷ ସୁଧାକର ନନ୍ଦ,ଜିଲ୍ଲା କୃଷି ଅଧିକାରୀ ଧବଳେଶ୍ଵର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହି ମେଳା ର ଶୁଭ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଜୈନ କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଏହାଦ୍ବାରା ଚାଷୀ କୁଳ ଆଧୁନିକ କୃଷି ଯନ୍ତ୍ରପାତି ଓ ଉନ୍ନତ ଚାଷ ପ୍ରଣାଳୀ ସମ୍ଵନ୍ଧରେ ଅବଗତ ହେବା ସହ ଉଦ୍ଧିଷ୍ଟ ସରକାରୀ ଯୋଜନା ର ଲାଭ ନେଇପାରିବେ ବୋଲି ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମ ରେ ଆଶା, ଜାଡେନ ସହ ବିଭିନ୍ନ ସଂପୃକ୍ତ ଅନୁଷ୍ଠାନ ପକ୍ଷରୁ କୃଷି ଉପକରଣ ଓ ଯନ୍ତ୍ରପାତି ପ୍ରଦର୍ଶିତ କରାଯାଇଥିଲା


