ଟିଟିଲାଗଡ଼ର ନବନିର୍ବାଚିତ ବିଧାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

0
68

ଟିଟିଲାଗଡ଼ ୧୭/୬ (ଜେଏନ୍ଏସ୍), ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ଟିଟିଲାଗଡ଼ ଶାଖା ପକ୍ଷରୁ ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ସ୍ଵାଗତ ଓ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବିଧାୟକ ନବୀନ ଜୈନ ଏବଂ ସମ୍ମାନିତ ଅତିଥି ଭାବରେ ପୌର ଅଧ୍ୟକ୍ଷା ମମତାଦେବୀ ଜୈନ ଯୋଗଦେଇଥିଲେ।

ଅନୁଷ୍ଠାନ ପକ୍ଷରୁ ନବନିର୍ବାଚିତ ବିଧାୟକ ନବୀନ ଜୈନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ରାଜେଶ ଅଗ୍ରୱାଲ, ସମ୍ପାଦକ ଗୋପାଳ ଟେବ୍ରୀବାଲ, ତେରାପନ୍ଥ ମହିଳା ମଣ୍ଡଳ ସଭାପତି ବବି ଜୈନ, କୋଷାଧ୍ୟକ୍ଷ ରାଜୀବ ଜୈନ, ପ୍ରକାଶ ଗୋୟଲ୍ ପ୍ରମୁଖଙ୍କ ସହ ଶତାଧିକ ମାରୱାଡ଼ି ମହିଳା ଓ ପୁରୁଷ ଉପସ୍ଥିତ ଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ଜୈନ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ଜନ ସାଧାରଣ ତାଙ୍କୁ ଆଶୀର୍ବାଦ ଦେଇ ବିଜୟୀ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ଅଞ୍ଚଳର ସାମୁହିକ ବିକାଶକୁ ସର୍ବଦା ଗୁରୁତ୍ଵ ଦେଇ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି  ଦେଇଥିଲେ।

LEAVE A REPLY

Please enter your comment!
Please enter your name here