ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ

ଟିଟିଲାଗଡ,୨୪/୯(ଜେଏନଏସ), ଟିଟିଲାଗଡ ବ୍ଲକ ଅନ୍ତର୍ଗତ କତରକେଲା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୁଧବାର ସ୍ୱଳ୍ପ ସଞ୍ଚୟ ଜମା ସଚେତନତା ସମ୍ବନ୍ଧୀୟ “ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଶିବିରରେ ସ୍ଥାନୀୟ ସରପଞ୍ଚ ରୂପଧର ଘିଭେଲା ମୁଖ୍ୟଅତିଥି,ଆର୍ଥିକ ସେବା ଓ ସଞ୍ଚୟ ସହାୟକ ନିର୍ଦ୍ଦେଶକ ରଞ୍ଜିତା ପଟ୍ଟା,ଉଦ୍ୟୋଗ ନିର୍ବାହୀ ମହେଶ୍ୱର ସେନାପତି,ଆଇ ପିପିବି ମ୍ୟାନେଜର ଚନ୍ଦନ ଦାସ,ଶାଖା ପୋଷ୍ଟ ମାଷ୍ଟର ସୁଜୟ ଲକ୍ଷ୍ମୀ ଯୋଶୀ, ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସ୍ୱଳ୍ପ ସଞ୍ଚୟ ପାଇଁ ଉପଭୋକ୍ତା ଙ୍କୁ ଉତ୍ସାହିତ କରିଥିଲେ।ବିଶେଷ କରି ଗ୍ରାମାଞ୍ଚଳରେ ଆର୍ଥିକ ସାକ୍ଷରତା ଅଭାବ ର ସୁଯୋଗ ନେଇ ବିଭିନ୍ନ ଚିଟଫଣ୍ଡ କମ୍ପାନୀ ଆକର୍ଷଣୀୟ ଯୋଜନା ଓ ଅଧିକ ସୁଧ ର ଲୋଭ ଦେଖାଇ ଲୋକ ଙ୍କ ଝାଳବୁହା ଧନ ଲୁଟି ନେବାରେ ସଫଳ ହେଉଥିବା ଦେଖିବାକୁ ମିଳୁଛି।ଏହାର ପ୍ରତିକାର ସ୍ବରୂପ ଲୋକଙ୍କୁ ସରକାର ଙ୍କ ସ୍ୱଳ୍ପ ସଞ୍ଚୟ ଯୋଜନା ପ୍ରତି ସଚେତନ କରାଯିବା ଏହି ଶିବିର ର ଉଦ୍ଦେଶ୍ୟ ବୋଲି ଅତିଥିବୃନ୍ଦ ଉଲ୍ଲେଖ କରିଥିଲେ।ପୋଷ୍ଟ ଅଫିସ ର କିଶାନ ବିକାଶ ପତ୍ର,ଏନ୍ଏସସି, ପିପିଏଫ, ମିଆଦି ଜମା,ସୁକନ୍ୟା ସମୃଦ୍ଧି ଯୋଜନା,ଏମ ଆଇ ଏସ,ଟି ଡି ଆଦି ଯୋଜନା ସମ୍ବନ୍ଧରେ ଲୋକଙ୍କୁ ଅବଗତ କରାଯାଇଥିଲା।ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା।କାର୍ଯ୍ୟକ୍ରମରେ ବରିଷ୍ଠ ଅଭିକର୍ତ୍ତା ଧ୍ରୁବ ଚରଣ ସାହୁ,ହଳପାଣି ସାହୁ,ସରୋଜ ଫରିକାର, ଦେବସାଗର ଦୀପ, ମନୀଷ ମହାପାତ୍ର, ସୁଜିତ ମିଶ୍ର,ପଞ୍ଚାୟତ ପି ଇ ଓ ବିରେନ୍ଦ୍ର କନ୍ନେର ପ୍ରମୁଖ ଙ୍କ ସହ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles