ବ୍ଲକସ୍ତରୀୟ ଲୋକ ମହୋତ୍ସବ ଉଦଯାପିତ

ଟିଟିଲାଗଡ,୭/୨(ଜେଏନଏସ), ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକସ୍ତରୀୟ ଲୋକ ମହୋତ୍ସବ ବୁଧବାର ଉଦଯାପିତ ହୋଇଛି।ସଇଁତଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ମିର୍ଦ୍ଧା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦ୍ୱୀ ଦିବସୀୟ ମହୋତ୍ସବ ର ଉଦଘାଟନୀ ଉତ୍ସବରେ ଟିଟିଲାଗଡ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟିତ କରିଥିଲେ।କାର୍ଯ୍ୟକ୍ରମ ର ଦ୍ଵିତୀୟ ଦିବସ ତଥା ଉଦଯାପନୀ ଉତ୍ସବରେ ପୁର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟଅତିଥି,ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ,ଅତିରିକ୍ତ ତହସିଲଦାର ମୋହନ ମୁଣ୍ଡା ଓ ଓଡ଼ିଶା ସାମ୍ବାଦିକ ସଂଘ ରାଜ୍ୟ ସମ୍ପାଦକ ପ୍ରମୋଦ ସେଲମା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କଳାକାର ଙ୍କୁ ଉତ୍ସାହିତ କରିଥିଲେ।ସ୍ଥାନୀୟ ସରପଞ୍ଚ ସୁବ୍ରତ ନାଗ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଏହି ଅବସରରେ ମଞ୍ଚ ପକ୍ଷରୁ ରକ୍ତଦାତା ଗିରିଧାରୀ ଚନ୍ଦନ,ସ୍ବାସ୍ଥ୍ୟକର୍ମୀ ରଶ୍ମିତା କୁମ୍ଭାର,କଳାକାର ମନୀଷ ସୁନା,ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗୋଲାପୀ ଫାଉଣ୍ଡେସନ ପ୍ରମୁଖ ଙ୍କୁ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।ସ୍ଥାନୀୟ କଳାକାର ଙ୍କ ଦ୍ଵାରା ପରିବେଷିତ ମନୋରଞ୍ଜନ କାର୍ଯ୍ୟକ୍ରମ ଦର୍ଶକ ଙ୍କ ମନ ମୋହିଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles