ବନବିଭାଗର ୮୦୦ ଚାରା ନଷ୍ଟ ; ଅଭିଯୁକ୍ତ ଗିରଫ

0
201

ଟିଟିଲାଗଡ,୦୪/୦୭/୨୦୨୫,(ଜେ.ଏନ୍.ଏସ୍.),ଟିଟିଲାଗଡ଼ ବନାଞ୍ଚଳ ଅନ୍ତର୍ଗତ ସିଆଲଝୁଡୁଙ୍ଗି ଗ୍ରାମରେ ବନୀକରଣ ପାଇଁ ଖୋଳା ଯାଇଥିବା ୨୫୦୦ ଗାତକୁ ପୋତି ୮୦୦ରୁ ଉର୍ଦ୍ଧ ଚାରା ନଷ୍ଟ କରିଥିବା ଅଭିଯୋଗରେ ବନବିଭାଗ ସଂପୃକ୍ତ ଅଭିଯୁକ୍ତକୁ ଗରିଫକରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ ବନମହୋତ୍ସବ ପାଳନ ଅବସରରେ ସିଆଲଝୁଡୁଙ୍ଗି  ଗ୍ରାମରେ  ବ୍ୟାପକ ବୃକ୍ଷରୋପଣ ପାଇଁ ବିଭାଗୀୟ ଉଦ୍ୟମ ଆରମ୍ଭ ହୋଇଛି । ତେବେ ଗ୍ରାମର ନରେନ୍ଦ୍ର ଧରୁଆ(୫୫) ନାମକ ବ୍ୟକ୍ତି ଉକ୍ତ ଜଙ୍ଗଲ ଜମିକୁ ହାତେଇବାକୁ ଯାଇ ଖୋଳାଯାଇଥିବା ଗାତ ଗୁଡ଼ିକୁ ପୋତିଦେବା ସହ ଚାରା ଗୁଡ଼ିକୁ ନଷ୍ଟ କରିଦେଇଥିବା ଟିଟିଲାଗଡ଼ ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧିଙ୍କ ଠାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ସୁବୁଦ୍ଧି ସୂଚନା ଦେଇଛନ୍ତି । ଅପରପକ୍ଷରେ ଅଭିଯୁକ୍ତ ସପକ୍ଷରେ କଙ୍ଗଲା ମାଝୀ ଆଦିବାସୀ କଲ୍ୟାଣ ସମିତି ଛତିଶଗଡ଼ ଉଲ୍ଲେଖ ଥିବା ଏକ ସଙ୍ଗଠନର ପ୍ରତିନିଧି ଟିକୁ ମାଝୀ  ବଲାଙ୍ଗିର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ବନଖଣ୍ଡ ଅଧିକାରୀଙ୍କୁ ସେ ଆଦିବାସୀ ବୋଲି ସଙ୍ଗଠନ  ଚିହ୍ନଟ କରିଥିବା ନେଇ ଚିଠି ମାଧ୍ୟମରେ ଜଣାଇଛନ୍ତି । ତେବେ ଏହି ସଙ୍ଗଠନ ପ୍ରତିନିଧିଙ୍କ ଅବାନ୍ତର ଯୁକ୍ତିକୁ ନେଇ ବିଭାଗୀୟ ଅଧିକାରୀ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । 

LEAVE A REPLY

Please enter your comment!
Please enter your name here