ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ

0
76

ଭୁବନେଶ୍ୱର୧୭/୬(ଜେଏନ୍ଏସ୍), ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ (10 ଡିସେମ୍ବର 1928 – 15 ଜୁନ୍ 2024) ଜଣେ ଭାରତୀୟ ରାଜନେତା ଥିଲେ। ସେ ମହାରାଷ୍ଟ୍ରର ଜଣେ ବରିଷ୍ଠ ଭାରତୀୟ ଜାତୀୟ କଂଗ୍ରେସ ନେତା ତଥା 1980–1982, 1982–1988 ଏବଂ 1988–1994 ମଧ୍ୟରେ ତିନି ଥର ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇ ଥିଲେ । ସେ ଭାରତର ସୁପ୍ରିମକୋର୍ଟର ସିନିୟର ଆଡଭୋକେଟ୍ ଥିବା ସହ ଦୁଇ ଥର ସୁପ୍ରିମକୋର୍ଟ ବାର୍ ଆସୋସିଏସନର ସଭାପତି ଭାବରେ ମଧ୍ୟ ଦାୟିତ୍ଵ ତୁଲାଇ ଥିଲେ । 19 ଅଗଷ୍ଟ 2007 ରେ ସେ ଓଡିଶାର ରାଜ୍ୟପାଳ ଭାବରେ ନିଯୁକ୍ତ 9 ମାର୍ଚ୍ଚ 2013 ପର୍ଯ୍ୟନ୍ତ ସେ କାର୍ଯ୍ୟନିର୍ବାହ କରିଥିଲେ। ମାର୍ଚ୍ଚ 2024 ରେ ଦି ଆର୍କ ଅଫ୍ ମେମୋରୀ: ମାଇଁ ଲାଇଫ୍ ଆଣ୍ଡ ଟିମସ୍ ନାମକ ତାଙ୍କ ଆତ୍ମଜୀବନୀ ପ୍ରକାଶିତ ହୋଇଥିଲା । 15 ଜୁନ୍ 2024 ରେ ୯୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି ।

LEAVE A REPLY

Please enter your comment!
Please enter your name here