ଲାୟନ୍ସ କ୍ଲବର ୪୫ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ । ଚଳିତ ବର୍ଷ ପାଇଁ ଗଙ୍ଗାଧର ସଭାପତି ଓ ଆବାସ ସମ୍ପାଦକ ।

0
127

ଟିଟିଲାଗଡ଼ (ଜେଏନ୍ଏସ୍), ସ୍ଥାନୀୟ ଗୋବିନ୍ଦ ବାଟିକା ପରିସରରେ ଶନିବାର ସନ୍ଧ୍ୟାରେ ଲାୟନ୍ସ କ୍ଲବର ୪୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିସହ ଚଳିତବର୍ଷ ପାଇଁ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇ ଯାଇଅଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୌର ପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନ, ସମ୍ମାନିତ ଅତିଥି ଭାବରେ ସଂସ୍ଥାପନ ଅଧିକାରୀ ପ୍ରବୀଣ ଅଗ୍ରୱାଲ, ପି.ଏମ୍.ଜେ.ଏଫ୍. ଲାୟନ ସଞ୍ଜୟ ସାହୁ, ଏମ.ଜେ.ଏଫ୍. ଲାୟନ ଯମୁନା ପ୍ରସାଦ ଗୋୟଲ ଯୋଗଦେଇଥିଲେ । ସେହିପରି ପୂର୍ବତନ ସଭାପତି ସନ୍ତୋଷ ମହାନ୍ତି, ଦୀପକ ପୃଷ୍ଟି, ଲିଙ୍ଗରାଜ ସାହୁ, କୋଷାଧ୍ୟକ୍ଷ ସଜ୍ଜନ କମାନୀ ପ୍ରମୁଖ ଅତିଥିଙ୍କ ସହ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସଭାପତି ସନ୍ତୋଷ ମହାନ୍ତି ନିଜ ବକ୍ତବ୍ୟ ରଖିଥିଲେ । ସମ୍ପାଦକ ଅଜିତ ପାତ୍ର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଚଳିତବର୍ଷ ପାଇଁ ସଭାପତି ଭାବରେ ଲାୟନ ଗଙ୍ଗାଧର ଶର୍ମା ଓ ସମ୍ପାଦକ ଭାବରେ ଲାୟନ ଏମ.ଡି. ଆବାସ ଖାନ୍ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here