ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ

ଟିଟିଲାଗଡ,୮/୧୨(ଜେଏନଏସ), ଟିଟିଲାଗଡ ନଗର ବିଜେପି ଓ ଏସସିଡ଼ି ଆଇ ହସ୍ପିଟାଲ ପକ୍ଷରୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୪ ଓ ୧୫ ଠାରେ ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜେପି ନଗର ସଭାପତି ସୁନିଲ ଆଚାର୍ଯ୍ୟ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ନଗର ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟଅତିଥି,ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ,ସାଂସଦ ଙ୍କ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ,ବରିଷ୍ଟ ବିଜେପି ନେତା ମହେନ୍ଦ୍ର ଠାକୁର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ।ଶିବିରରେ ମୋଟ ୩୭୨ ଜଣ ଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୪ ଜଣଙ୍କୁ ଚଷମା ପ୍ରଦାନ ଓ ୫୮ ଜଣ ଙ୍କ ମୋତିଆବିନ୍ଦୁ ଚିହ୍ନଟ ହୋଇ ଅସ୍ତ୍ରୋପଚାର ପାଇଁ ସ୍ଥିର କରାଯାଇଥିଲା।ଶିବିର ପରିଚାଳନାରେ ନଗର ବିଜେପି ସାଧାରଣ ସମ୍ପାଦକ ଶିବା ପାଣିଗ୍ରାହୀ,ହରି ମିଶ୍ର,ଲିଙ୍ଗରାଜ ନାୟକ,ଅରବିନ୍ଦ ପାଣିଗ୍ରାହୀ,ଦୀପକ ପୃଷ୍ଟି, ଟୁନିଆ ପାଣିଗ୍ରାହୀ,ପ୍ରିତମ ଦାସ ପ୍ରମୁଖ ସହଯୋଗ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles