ଟିଟିଲାଗଡ ରେ ହେବ ଦୁଇ ଦିନିଆ ନିଶୁଳ୍କ ସ୍ବାସ୍ଥ୍ୟ ପରୀକ୍ଷଣ ଶିବିର

ଟିଟିଲାଗଡ଼ (ଜେଏନଏସ) ସ୍ଥାନୀୟ ଡି ଏନ ରିସୋର୍ଟ ପରିସରରେ ଗୁରୁବାର ରାଜସ୍ଥାନୀ ଫାଉଣ୍ଡେସନ ଓ ରୋଟାରି କ୍ଲବ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଉଭୟ ଅନୁଷ୍ଠାନ ପକ୍ଷରୁ ଚଳିତ ମାସ ୧୦ ଓ ୧୧ ତାରିଖ ରେ ସହରରେ ଆୟୋଜିତ ହେବାକୁ ଥିବା ୨ ଦିନିଆ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ସମ୍ଵନ୍ଧରେ ବିସ୍ତୃତ ସୂଚନା ଦିଆଯାଇଛି।ଏହି ଶିବିରରେ ବିକାଶ ମଲ୍ଟି ସ୍ପେଶାଲିଟି ହସପିଟାଲ ବରଗଡ଼, ସଂଜୀବନୀ କ୍ୟାନସର ହସପିଟାଲ ରାୟପୁର ଏବଂ କେୟାର ହସପିଟାଲ ବିଶାଖାପାଟଣା ରୁ ଅଭିଜ୍ଞ ଡାକ୍ତର ଯୋଗଦେବା କୁ ସ୍ଥିର ହୋଇଥିବା ବେଳେ ଅଞ୍ଚଳବାସୀ ଏହାର ଲାଭ ଉଠାଇବାକୁ ଆୟୋଜକ ପ୍ରକାଶ କରିଛନ୍ତି। ସ୍ଥାନୀୟ ଡିଏନ ରିସୋର୍ଟ ପରିସରରେ ସକାଳ ୯ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଏହି ଶିବିର ଚାଲୁ ରହିବ। ଶିବିରରେ ୬ ହଜାର ରୋଗୀଙ୍କୁ ନିଶୁଳ୍କ ପରୀକ୍ଷଣ ସହ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଥିବା ଆୟୋଜକ ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଶିବିରରେ ବିଶେଷଜ୍ଞ ଡାକ୍ତର ଙ୍କ ଦ୍ଵାରା ସମସ୍ତ ପ୍ରକାରର ରୋଗ ନିର୍ଦ୍ଧାରଣ, ପରୀକ୍ଷଣ ଓ ମାଗଣା ଔଷଧ ବିତରଣ କରାଯିବ। ଆବଶ୍ୟକ ସ୍ଥଳେ ଜରୁରୀ ଅସ୍ତ୍ରୋପଚାର ପାଇଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରୋଟାରି ଡିଜି ଶିବରାଜ ସିଂ ଥାନେ,ରାଜସ୍ଥାନୀ ଫାଉଣ୍ଡେସନର ଅଧ୍ୟକ୍ଷ ଜଗଦିଶ ଶର୍ମା, ଟିଟିଲାଗଡ଼ ରୋଟାରି କ୍ଲବ ସଭାପତି ମହେଶ ଇନ୍ଦୋରିଆ, ଆନନ୍ଦ ଜୈନ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles