ନିଶୁଳ୍କ ଡିଆଲିସିସ ସେଣ୍ଟରର ଭୂମିପୂଜନ

0
98

ଟିଟିଲାଗଡ଼,୧୭/୫, (ଜେଏନ୍ଏସ୍), ରାଜସ୍ଥାନୀ ଫାଉଣ୍ଡ ଡେସନ ପକ୍ଷରୁ ଚାଲିଥିବା ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ନିଶୁଳ୍କ ଡିଆ ଲିସିସ କେନ୍ଦ୍ର ସ୍ଥାପନା ପାଇଁ ଭୂମି ପୂଜନ ହୋଇଛି।ରୋଟାରୀ କ୍ଲବ ର ଆର୍ଥିକ ଅନୁଦାନ ରେ ନିର୍ମିତ ହେବାକୁ ଥିବା ଏହି ସେଣ୍ଟର ରେ ୪ଟି ଡିଆ ଲିସିସ ମେସିନ ସ୍ଥାପନ କରାଯିବା ନେଇ ସୂଚନା ମିଳିଛି।ସହରାଞ୍ଚଳରେ

ନିଶୁଳ୍କ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ପ୍ରମୁଖ ଭୂମିକା ତୁଲାଇ ଥିବା ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଆଗକୁ କିଡିନି ରୋଗୀଙ୍କ ପାଇଁ ଆହୁରି ଉନ୍ନତ ଧରଣର ସେବା ଯୋଗାଇବାକୁ ଲକ୍ଷ୍ୟ ଥିବା ଅନୁଷ୍ଠାନର ଅଧ୍ୟକ୍ଷ ଜଗଦୀଶ ଶର୍ମା ଉଲ୍ଲେଖ କରିଛନ୍ତି।କାର୍ଯ୍ୟକ୍ରମରେ ରୋଟାରୀ ସଭାପତି ମହେଶ ଇନ୍ଦୋ ରିଆ, ଡ଼ ଶିବପ୍ରସାଦ ବେହେରା, ବିନୋଦ ମାରୋଡ଼ିଆ, କିଶନ ଜୈନ, ଈଶ୍ୱର ଜୈନ, ହରି ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here